
ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହ ଙ୍କୁ ମିଳିଲା ବେଲ୍ । ଗିରଫର କେଇଁ ଘଣ୍ଟା ପରେ ତାଙ୍କୁ ବେଲ ମିଳିଛି । କୋର୍ଟ ରିମାଣ୍ଡ ନିର୍ଦ୍ଦେଶକୁ ପରିବର୍ତ୍ତନ କରି ତାଙ୍କୁ ବେଲ୍ ଅନୁମୋଦନ କରିଛନ୍ତି। ଗିରଫ ବେଳେ ସିଆର୍ପିସିର ଧାରା ୪୧ର ପାଳନ କରାଯାଇ ନଥିବାରୁ ଟି ରାଜା ସିଂହଙ୍କୁ ବେଲ୍ ଦିଆଯାଇଛି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିଲା ଟି ରାଜା। ତାଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା। ତେବେ ଚେତାବନୀ ଦେଇ ତାଙ୍କୁ ଜେଲ୍ରୁ ଛଡ଼ାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ତେଲେଙ୍ଗାନା ପୋଲିସ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଟିପ୍ପଣୀ କରିବା ପାଇଁ ହୋଇଥିବା ଅଭିଯୋଗ ଆଧାରରେ ଟିରାଜାଙ୍କୁ ଗିରଫ କରିଛି। ଏହା ମଧ୍ୟରେ ବିଜେପି ତାଙ୍କୁ ନିଲମ୍ୱିତ କରିବା ସହିତ ତାଙ୍କୁ କାହିଁକି ବହିଷ୍କୃତ କରାଯିବ ନାହିଁ ଏହାର ଜବାବ ତାଙ୍କୁ ୧୦ ଦିନ ମଧ୍ୟରେ ମାଗିଛି।