ତେଲେଙ୍ଗାନା ପଲିଟିକ୍ସ; ମୁଖ୍ୟମନ୍ତ୍ରୀ ଓ ଭାବି ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଚର୍ଚ୍ଚାରେ ବିଜେପିର ରମଣ ରେଡ୍ଡୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ ସବୁ ଦଳକୁ ପଛରେ ପକାଇ କ୍ଷମତା ହାସଲ କରିଛି। ତେବେ ରାଜ୍ୟର ଚର୍ଚ୍ଚିତ କମାରେଡି ଆସନରୁ ଭାଜପା ପ୍ରାର୍ଥୀ କାଟିପାଲୀ ଭେଙ୍କଟ ରମଣ ରେଡ୍ଡୀ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।

ତେବେ ତେଲଙ୍ଗାନା ରାଜନୀତିରେ କାମାରେଡି ବିଧାନସଭା ଆସନ ଏକ ଭିଆଇପି ସିଟ୍ ଭାବେ ଜଣାଶୁଣା। ଏହି ଆସନରୁ ମୁଖ୍ୟମନ୍ତ୍ରୀ ତଥା BRS ମୁଖ୍ୟ କେସିଆର ଏବଂ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ତଥା ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କୁହାଯାଉଥିବା ରେବନ୍ଥ ରେଡ୍ଡୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।କାଟିପାଲୀ ଭେଙ୍କଟ ରମଣ ରେଡ୍ଡୀ ଦୁଇ ବଡ ଚେହେରା କେସିଆର ଏବଂ ରେବନ୍ଥ ରେଡ୍ଡୀଙ୍କୁ ଏହି ଆସନରେ ପରାଜୟର ସ୍ୱାଦ ଚଖାଇଛନ୍ତି। ଗୋଟିଏ ପଟେ ରାଜ୍ୟରେ କଂଗ୍ରେସ ଲହର ବିଆରଏସକୁ ପୋଛି ଦେଇଥିବା ବେଳେ ଅନ୍ୟ ପଟେ ବିଜେପି ଏହି ହାଇଭୋଲ୍ଟେଜ୍ ଆସନରେ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରମଣ ରେଡ୍ଡୀ ବିଆର୍‌ଏସ୍‌ ସୁପ୍ରିମୋ କସିଆର୍‌ ଓ ତେଲେଙ୍ଗାନା ପିସିସି ସଭାପତି ଏ. ରେବନ୍ଥ ରେଡ୍ଡୀଙ୍କୁ 6741 ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ।ପ୍ରଥମ ରାଉଣ୍ଡରୁ କେସିଆର୍‌ ଓ ରେବନ୍ଥ ରେଡ୍ଡୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା । ତେବେ କିଛିଟା ରାଉଣ୍ଡ ପରେ ବିଜେପି ରେସ୍‌କୁ ଆସିଥିଲା । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଆଗୁଆ ରହି ଆସିଥିଲେ ବିଜେପି ପ୍ରାର୍ଥୀ ରମଣ ରେଡ୍ଡୀ । ସେ ମୋଟ 66652 ଭୋଟ ପାଇଛନ୍ତି ।ସେହିଭଳି କେସିଆରଙ୍କୁ ଏହି ଆସନରୁ 59911 ଭୋଟ୍‌ ମିଳିଥିବା ବେଳେ 54916 ଭୋଟ ପାଇଛନ୍ତି ରେବନ୍ଥ ରେଡ୍ଡୀ । ଏଠାରୁ କେସଆର୍‌ ବିଜୟୀ ହେବା ନେଇ ଆକଳନ କରାଯାଉଥିଲା । ତେବେ ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବିଜେପି ପ୍ରାର୍ଥୀ ।

ସେପଟେ ରାଜ୍ୟରେ କଂଗ୍ରେସର ବିଜୟର ଶ୍ରେୟ ରେବନ୍ଥ ରେଡ୍ଡୀଙ୍କୁ ଦିଆଯାଉଛି। ସେ କାମାରେଡି ଆସନରୁ ହାରିଥିଲେ ମଧ୍ୟ କୋଡାଙ୍ଗାଲ ବିଧାନସଭା ଆସନରୁ ବିଜୟଲାଭ କରିଛନ୍ତି। ସେ ସମୁଦାୟ ଏକ ଲକ୍ଷ ସାତ ହଜାର ଚାରି ଶହ କୋଡ଼ିଏ ନଅ ଭୋଟ ପାଇଛନ୍ତି। ରେବନ୍ଥ ରେଡ୍ଡୀ ବିଆରଏସର ପଟ୍ଟାନାମ ନରେନ୍ଦ୍ର ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି ଯିଏ 74 ହଜାର 897 ଭୋଟ୍ ପାଇଛନ୍ତି। କଟିପାଲୀ ଏପିସାରେ ଜଣେ ବ୍ୟବସାୟୀ ହୋଇଥିଲା ବେଳେ ତାଙ୍କର ମୋଟ ସମ୍ପତ୍ତି 49 କୋଟି ଅଟେ।

Related Posts