ବିହାରର ନବୀନନଗରରେ ଭୟଙ୍କର ଦୁର୍ଘଟଣା; କେନାଲକୁ ଖସିପଡିଲା ବରଯାତ୍ରୀ କାର, ୬ ମୃତ

ପାଟଣା: ବିହାରର ନବୀନନଗରରେ ବଡ ଅଘଟଣ | ଖୁସିରେ ଘରେ ଦୁଃଖର ଲହର | ବରଯାତ୍ରୀ କାର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ | ଏକ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କୁ ନେଇ ଯାଉଥିବା କାର୍‌ଟି ଦୁର୍ଘଟଣା ଗସ୍ତ ହୋଇଛି | ଡ୍ରାଇଭର ଜଣଙ୍କ ହଠାତ ସନ୍ତୁଳନ ହରାଇବା ଫଳରେ କାରଟି ଭାରସାମ୍ୟ ହରାଇ କେନାଲକୁ ଓଲଟିପଡିଥିଲା । ଯାହାଦ୍ବାରା ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତକ ଝାଡଖଣ୍ଡର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କାର୍‌ଟି ୭ଜଣ ଯାତ୍ରୀଙ୍କୁ ନେଇ ପାଲାମୁର ଖାଟିନଠାରୁ ବିହାର ନବିନନଗର ଅଭିମୁଖେ ଯାଉଥିଲା । ତେବେ ବାଟରେ ଏକ କେନାଲରେ ଓଲଟି ପଡିଥିଲା । ସମସ୍ତ ମୃତକ ଝାଡଖଣ୍ଡର ପାଲାମୁର ବାସିନ୍ଦା ହୋଇଥିବା ଜଣାପଡିଛି ।

୭ଜଣଙ୍କ ମଧ୍ୟରୁ ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନବୀନନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଏହି ଘଣ୍ଟାକୁ ନେଇ ଖିସିର ଘରେ ଦୁଃଖର ଲହର ଖେଳି ଯାଇଛି | ପୋଲିସ ମୃତକଙ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି |

Related Posts