
ମୁମ୍ବାଇ: ଆଖିବୁଝିଲେ ହଲିଉଡ୍ର ଦିଗଜ ଅଭିନେତା ଫ୍ରେଡ ୱାର୍ଡ | ଦୁନିଆଙ୍କୁ ସେ ସବୁଦିନ ପାଇଁ ଅଲବିଦା କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା |
ସେପଟ ତାଙ୍କ ମୃତ୍ୟୁ ଖବରକୁ ନେଇ ହଲିଉଡ୍ର ଇଣ୍ଡଷ୍ଟ୍ରିରେ ଶୋକ ଛାୟା ଖେଳି ଖେଳିଯାଇଛି । ପ୍ରଶଂସକ ଓ ବଡ ବଡ ସେଲେବ୍ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଛନ୍ତି । ‘ଟ୍ରେମର୍ସ’, ‘ ଏସ୍କେପ୍ ଫ୍ରମ୍ ଆଲକାଟ୍ରାଜରୁ ‘ ଏବଂ ‘ଦି ରାଇଟ୍ ଷ୍ଟଫ୍’ ଭଳି ଫିଲ୍ମରେ ଦମ୍ଦାର ଅଭିନୟ କରି ଲୋକପ୍ରିୟ ହୋଇଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ପରିବାରର ପକ୍ଷରୁ ମୃତ୍ୟୁର କାରଣ ବିଷୟରେ କୌଣସି ସୂଚନା ମିଳି ନାହିଁ । ଫ୍ରେଡ ୱାର୍ଡ ୧୯୬୦ ଦଶକରେ ଆମେରିକାର ବାୟୁସେନାରେ ତିନି ବର୍ଷ କାମ କରିଥିଲେ। ସେ ଜଣେ ବକ୍ସର ମଧ୍ୟ ଅଟନ୍ତି। ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।
ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ କ୍ୟାରିୟର ଚାରି ଦଶନ୍ଧିରୁ ଅଧିକ ଥିଲା । ସେ ୨୦୧୫ରେ ଟେଲିଭିଜନ୍ ଧାରାବାହିକ ‘ଟ୍ରୁ ଡିଟେକ୍ଟିଭ୍’ରେ ତାଙ୍କର ଶେଷ ଭୂମିକା ଗ୍ରହଣ କରିଥିଲେ । ଫ୍ରେଡ୍ଙ୍କ ଦମ୍ଦାର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।