ଚେନ୍ନାଇର ଆରିୟାଲୁର ଅଞ୍ଚଳରେ ଭୟଙ୍କର କାର ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ନୂଆଦିଲ୍ଲୀ: ଚେନ୍ନାଇର ଆରିୟାଲୁର ଅଞ୍ଚଳରେ ଘଟିଛି ଏକ ଭୟଙ୍କର କାର ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୪ ଜଣଙ୍କ ଜୀବନ ଯାଇଛି | ତେବେ ମୃତକ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି | ତେବେ ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ କନ୍ୟା ଥିବା ମଧ୍ୟ ଜଣାପଡିଛି ।

ମୃତକମାନେ ହେଲେ ଏନ ମଞ୍ଜୁଳା, ଏନ କାର୍ତ୍ତିକେୟନ, ଲକ୍ଷ୍ମୀ ପ୍ରିୟା ଓ ହସିନୀ । ସମସ୍ତେ ଚେନ୍ନାଇ ଆନ୍ନା ନଗରର ପୁନୀ କଲୋନିରେ ରହୁଥିଲେ । ସେମାନେ ସୋମବାର ସନ୍ଧ୍ୟାରେ କୌଣସି କାମରେ ଏକ କାରରେ ଥଞ୍ଜାଭୁର ଯାଇଥିଲେ । ସେଠାରୁ ଫେରିବା ବେଳେ ଆରିୟାଲୁର ଜିଲ୍ଲାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ତ୍ତିକେୟନ, ମଞ୍ଜୁଳା ଓ ଲକ୍ଷ୍ମୀପ୍ରିୟା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତେବେ ଗୁରୁତର ଥିବା ଦୁଇ ଶିଶୁ ମିତ୍ର ଓ ହସିନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ହସିନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ ନେଇ କିଝାପଲୁର ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି |

Related Posts