ଗଣତନ୍ତ୍ର ଦିବସରେ ସେନା ଉପରେ ଆତଙ୍କୀ ହମଲା, ୨ ଆତଙ୍କବାଦୀ ମୃତ

ସତ୍ୟପାଠ ବ୍ୟୁରୋ : ଏପଟେ ପୁରା ଦେଶ ପାଳୁଛି ୭୦ ତମ ସାଧାରଣତନ୍ତ୍ର ଦିବସ । ସେପଟେ ସେନା ଉପରେ ହୋଇଛି ଆତଙ୍କୀ ହମଲା । କାଶ୍ମୀରର ଏକ ସିଆରପିଏଫ୍ କ୍ୟାମ୍ପ ଉପରେ ଆଜି ସକାଳୁ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି । ତେବେ ଏହି ଆକ୍ରମଣରେ ୫ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତୀ କରାଯାଇଛି ।


ଏହି ଆକ୍ରମଣ ସମୟରେ ଭାରତୀୟ ସେନା କଡା ଜବାବ ଦେଇଛନ୍ତି ଆତଙ୍କବାଦୀଙ୍କୁ । ସେନାର ଏନକାଉଣ୍ଟରରେ ଆତଙ୍କୀ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । କାଶ୍ମୀର ଘାଟିର ପୁଲୱାମା ପମ୍ପୋର ଓ ଖାନମୋ ଇଲାକାରେ ଏହି ଆକ୍ରମଣ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Related Posts