ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଫାଶୀ ଦିଆଯାଉ ବୋଲି କୋର୍ଟରେ ଦାବି କରିଛି ଏନ୍‌ଆଇଏ

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ମିଳିବ ନା ଫାଶୀ। ସେନେଇ ଲାଗି ରହିଛି ସସ୍ପେନସେ| ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ରେ ଥିବା ୟାସିନ ମଲିକଙ୍କ ଏହି ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି । ତାଙ୍କୁ ଫାସୀ ଦେବା ନେଇ କୋର୍ଟରେ ଦାବି କରିଛି ଏନ୍‌ଆଇଏ(ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି)। ସେପଟେ ୟାସିନ୍‌ଙ୍କ ସପକ୍ଷ ଦଳ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।

କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ଙ୍କୁ ପୂର୍ବରୁ ହିଁ ଅଦାଲତ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି। ତାଙ୍କୁ ଅତି କମ୍‌ରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ହୋଇପାରେ। ଏହା ବ୍ୟତୀତ ଅଦାଲତା ଜରିମାନା ମଧ୍ୟ ଲଗାଇ ପାରନ୍ତି।

ମେ ୧୯ରେ ଏନଆଇଏ କୋର୍ଟର ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂହ, ମଲିକଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ପଟିଆଲା ହାଉସ ସ୍ଥିତ ବିଶେଷ ଅଦାଲତ ଏନ୍‌ଆଇଏ ଅଧିକାରୀଙ୍କୁ ତାଙ୍କ ସମ୍ପତ୍ତିର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ତାଙ୍କ ଜରିମାନା ରାଶି ନିର୍ଦ୍ଧାରିତ କରାଯାଇପାରିବ।

ଏହାପୂର୍ବରୁ ମେ’ ୧୦ରେ ମଲିକ କୋର୍ଟଙ୍କୁ କହିଥିଲେ ଯେ ‘ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାଁନ୍ତି। ସେ ନିଜ ଅପରାଧ ସ୍ୱୀକାର କରୁଛନ୍ତି।’ ମଲିକ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଥିଲେ। ୟାସିନ ମଲିକ କଶ୍ମୀର ରାଜନୀତରେ ବେଶ୍‌ ସକ୍ରିୟ ଥିଲେ। ଯୁବପିଢ଼ିଙ୍କୁ ଭଡକାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।

Related Posts