କାଶ୍ମୀରରେ ଆତଙ୍କବାଦୀ ସଂଗଠନର ଧମକ: ଇସ୍ତଫା ଦେଲେ ରାଇଜିଂ କାଶ୍ମୀର ଖବରକାଗଜର ପାଞ୍ଚ ଜଣ ସାମ୍ୱାଦିକ

ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦୀ ସଂଗଠନର ଧମକକୁ ନେଇ ଇସ୍ତଫା ଦେଇଛନ୍ତି ରାଇଜିଂ କାଶ୍ମୀର ଖବରକାଗଜର ପାଞ୍ଚ ଜଣ ସାମ୍ୱାଦିକ । ଘାଟିରେ ସାମ୍ୱାଦିକମାନେ ପୋଲିସ କାର୍ଯ୍ୟାନୁଷ୍ଠାନର ସାମନା କରୁଥିଲେ ଏବଂ ଆତଙ୍କୀ ସଂଗଠନ ମଧ୍ୟ ସେମାନଙ୍କୁ ଟାର୍ଗେଟ କରୁଛନ୍ତି।

ଇସ୍ତଫା ଦେଇଥିବା ପାଞ୍ଚ ଜଣ ସାମ୍ୱାଦିକ ଶ୍ରୀନଗରରୁ ପ୍ରକାଶିତ ହେଉଥିବା ଖବର କାଗଜ ରାଇଜିଂ କାଶ୍ମୀର ପାଇଁ କାମ କରୁଥିଲେ । ଏଥିରୁ କିଛି ଜଣ ସୋସିଆଲ ମିଡିଆରେ ନିଜ ଇସ୍ତଫାର ସୂଚନା ଦେଇଛନ୍ତି । ନିକଟରେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ନାମକ ଏକ ଆତଙ୍କବାଦୀ ସଂଗଠନ ଦ୍ୱାରା ଛପା ଯାଇଥିବା ଏକ ସୂଚୀରେ ଏହି ସାମ୍ୱାଦିଙ୍କ ନାଁ ଥିଲା । ସମସ୍ତେ ସୁରକ୍ଷାକର୍ମୀଙ୍କ ପାଇଁ କାମ କରୁଥିବା ଟିଆରଏଫ କହିଥିଲା।

ଟିଆରଏଫ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବର ଏକ ଶାଖା ବୋଲି କୁହାଯାଉଛି । ଏହି ସଂଗଠନ ଗତ କିଛି ବର୍ଷ ଧରି ଆତଙ୍କବାଦୀ ଆକ୍ରମଣରେ ସାମିଲ ରହିଛି । କିନ୍ତୁ ଏବେ ଏହି ଆତଙ୍କୀ ସଂଗଠନ ସାମ୍ୱାଦିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି।

ଟିଆରଏସ ଏବେ ଖବରକାଗଜ ଏବଂ ଏହା ପାଇଁ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିବା ସ୍ପଷ୍ଟ ହୋଇଛି। ଯାହା କାଶ୍ମୀରର ସାମ୍ୱାଦିକଙ୍କ ପାଇଁ ଆଉ ଏକ ଆହ୍ୱାନ ସୃଷ୍ଟି କରୁଛି ।

Related Posts