ମାସ୍କ ନପିନ୍ଧି ଫାଇନ ଦେଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କୋଭିଡ ଗାଇଡଲାଇନ ଉଲଙ୍ଘନ ଅଭିଯୋଗରେ ଫାଇନ ଗଣିଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚା । ସେମବାର ମାସ୍କ ପିନ୍ଧିନଥିବା ଅଭିଯୋଗରେ ସେ ଭାରତୀୟ ମୁଦ୍ରାରେ ୧୪ ହଜାର ଟଙ୍କାରୁ ଅଧିକ ଜୋରିମାନା ଦେଇଛନ୍ତି । ବ୍ୟାଙ୍ଗକ୍ ଗଭର୍ଣ୍ଣର ଅଶ୍ୱିନୀ କୱାନ ମୁଙ୍ଗ୍ ସେମବାର ଫେସବୁକରେ ପୋଷ୍ଟ କରିଛନ୍ତି ଯେ , ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଫେସବୁକରେ ସମାଲୋଚନା କରାଯିବ ପରେ ନଗର ଉନ୍ନ୍ୟନ କର୍ତ୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରିଥିଲେ । ଏକ ସାଧାରଣ ସଭାରେ ସମସ୍ତେ ମାସ୍କ ପିନ୍ଧି ବସିଥିବା ବେଳେ ପ୍ରଧାନମନ୍ତ୍ରୀ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ସମାଲୋଚନାର ଶୀକାର ହୋଇଥିଲେ । ସୋମବାର ଥାଇଲାଣ୍ଡରେ ୨୦୪୮ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ତେବେ ସୂଚନାଯୋଗ୍ୟ ମେ ପହିଲାରୁ ଥାଇଲାଣ୍ଡ ନାଗରିକଙ୍କ ବ୍ୟତୀତ ଭାରତୀୟ ଯାତ୍ରୀଙ୍କ ପ୍ରବେଶ ଉପରେ ଥାଇଲାଣ୍ଡ ସରକାର ରୋକ ଲଗାଇଛନ୍ତି । ବ୍ୟଙ୍କକ ପୋଷ୍ଟର ରିପୋର୍ଟ ଅନୁଯାୟୀ ଜେନେରାଲ ପ୍ରାୟୁତଙ୍କ ଉପରେ ମଧ୍ୟ ଜୋରିମାନା ଲଗାଯାଇଛି କାରଣ ସେ ମଧ୍ୟ ଟିକା ପରାମର୍ଶଦାତାଙ୍କ ଏକ ବୌଠକରେ ମାସ୍କ ପିନ୍ଧିନଥିଲେ । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ସୋମବାର ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Related Posts