ମେ ୨ ଗଣତି ପରେ ନେତା ଓ ପାର୍ଟି ଙ୍କ ବିଜୟ ଉତ୍ସବ ଉପରେ କଟକଣା ଲଗାଇଲା ନିର୍ବାଚନ କମିଶନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଭୋଟ୍ ଗଣତିକୁ ନେଇ ନିର୍ବାଚନ କମିଶନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୨ ଏବଂ ଏହା ପରେ ମଧ୍ୟ ରାଜନୈତିକ ଦଳଗୁଡିକ ବିଜୟ ଶୋଭାଯାତ୍ରା ରୋକ ଲଗାଇଛନ୍ତି । ଏଥିସହ ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ ବିଜେତା ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ସହ ଦୁଇରୁ ଅଧିକ ଲୋକଙ୍କୁ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟକୁ ସେମାନଙ୍କ ବିଜୟର ପ୍ରମାଣପତ୍ର ନେବାକୁ ଯାଇ ପାରିବେ ନାହିଁ। ନିର୍ବାଚନ ଆୟୋଗ ତାଙ୍କ ଆଦେଶରେ କହିଛନ୍ତି ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭୋଟ୍ ଗଣିତି ସମୟରେ ଏହି ନିୟମକୁ କଡାକଡି ଭାବେ ପାଳନ କରାଯିବ । ସମ୍ପ୍ରତି ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ (ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀ) ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଠାରେ ମେ ୨ ରେ ଭୋଟ୍ ଗଣତି ହେବ। ଏପ୍ରିଲ 29 ରେ ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଗୋଟିଏ ଦିନ ପୂର୍ବରୁ ମାଡ୍ରାସ ହାଇକୋର୍ଟ କୋଭିଡ -19 ମହାମାରୀ ସମୟରେ ନିର୍ବାଚନ ସମାବେଶକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ କଡ଼ା ସମାଲୋଚନା କରିଥିଲେ। ସୋମବାର ଦିନ ମାଡ୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପାଇଁ କେବଳ ନିର୍ବାଚନ ଆୟୋଗ ହିଁ ଦାୟୀ। ପ୍ରଧାନ ବିଚାରପତି କହିଛନ୍ତି ଯେ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ହତ୍ୟା ଅଭିଯୋଗ କରାଯାଉ। କୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନଙ୍କୁ ରାଲି ଓ ବୈଠକ କରିବାକୁ ଅନୁମତି ଦେଇ ନିର୍ବାଚନ କମିଶନ ମହାମାରୀକୁ ବିସ୍ତାର କରିବାର ସୁଯୋଗ ଦେଇଛନ୍ତି ।

Related Posts