ଡାକ୍ତରଙ୍କୁ ଆକ୍ରମଣ କଲେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପରିବାର

family attack

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାମାରୀ କୋଭିଡ ସହ ସାରା ଦେଶ ଲଢୁଛି । ଏପରି ମୂହୁର୍ତ୍ତରେ କୋଭିଡରେ ସଂକ୍ରମିତ ହୋଇଥିବା ୬୭ ବର୍ଷୀୟ ଶେରୋମାନ ସିଂହଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଚିକିତ୍ସାରେ ଅବହେଳା କରାଯାଇଥିବା ଦର୍ଶାଇ ପରିବାରବର୍ଗ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ଏହାର ଅଭିଯୋଗ ପାଇବା ମାତ୍ରକେ ସ୍ଥାନୀୟ ପୁଲିସ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପରିବାରରୁ ପାଞ୍ଚ ଜଣ ମହିଳାଙ୍କୁ ଗିରଫ କରିଥିଲା । ତେବେ ୬୭ ବର୍ଷୀୟ ଶେରୋମାନ ସିଂହ ଅବସରପ୍ରାପ୍ତ ପ୍ରାଦେଶିକ ସଶସ୍ତ୍ର କନଷ୍ଟେବଲାରୀ ଅଧିକାରୀ ଥିଲେ । ଦୀର୍ଘଦିନରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ତେବେ ସେ କୋଭିଡରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଏହାକୁ ତାଙ୍କ ପରିବାର ବର୍ଗ ସହଜରେ ଗ୍ରହଣ କରିପାରିନଥିଲେ । ସଠିକ ଭାବରେ ତାଙ୍କର ଦେଖାରଖା ନ କରିବା ଏବଂ ଚିକିତ୍ସାରେ ଅବହେଳା ଦର୍ଶାଇ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ । ଏହା ସହ ରୋଗୀଙ୍କ ରେକର୍ଡ ଗଚ୍ଛିତ ଥିବା ଏକ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିଲେ । ଏହି ଆକ୍ରମଣରେ ମୃତକ କନେଷ୍ଟବଳଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି । ଏହାର ପ୍ରତିବାଦରେ ମେଡିକାଲ କର୍ତ୍ତୃପକ୍ଷ ସମେତ ଡାକ୍ତରଖାନା କର୍ମଚାରୀମାନେ ଧର୍ମଘଟ କରି ମହିଳାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଅନ୍ୟପଟେ ଦୁଇ ଘଣ୍ଟା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ୱାସନା ଦେବା ପରେ ଏହାର ସମାଧାନ ହୋଇଥିଲା ।

Related Posts