
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ବିଶ୍ବବିଦ୍ୟାଳୟର ୨୪ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ହେବେ । ତେବେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୧୨ ଏପ୍ରିଲ ୧୯୯୩ ପୂର୍ବରୁ ଦୈନିକ ମଜୁରି ଭିତ୍ତିରେ କାମ କରି ଆସୁଥିବା ୨୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିଶ୍ବବିଦ୍ୟାଳୟର ଖାଲି ଥିବା ପଦ ଗୁଡ଼ିକରେ ସ୍ଥାୟୀ ଭାବେ ନିଯୁକ୍ତି ପ୍ରଦାନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ମଞ୍ଜୁରି ଦେଇଛି। ଏଣିକି ସେମାନେ ଅସ୍ଥାୟୀ କର୍ମଚାରୀ ବଦଳରେ ଖାଲିଥିବା ପଦ ଗୁଡ଼ିକରେ ଗ୍ରୁପ୍-ଡି କର୍ମଚାରୀ ରୂପେ ସ୍ଥାୟୀ ଭାବେ କାର୍ୟ୍ୟ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି କର୍ମଚାରୀ ମାନେ ହେଲେ ହରିବନ୍ଧୁ ବେହେରା (ପିଅନ୍), ଖିରୋଦ ପ୍ରଧାନ (ପିଅନ), ଲାଲୁ କିସାନ (ୱାଚ୍ମ୍ୟାନ୍), ଭଗବାନ ମେହେର (ଲାବୋରାଟୋରି ଆଟେଣ୍ଡାଣ୍ଟ), ବିଶ୍ବନାଥ ବେହେରା (ଲାବୋରାଟୋରି ଆଟେଣ୍ଡାଣ୍ଟ), ବୁଧୁରାମ ଓରାମ (ପିଅନ), ଅଲିରାମ ପୃଷ୍ଟି (ଲାବୋରାଟୋରି ଆଟେଣ୍ଡାଣ୍ଟ), ଦେବନ୍ଦ୍ର ନାୟକ (ଲାବୋରାଟୋରି ଆଟେଣ୍ଡାଣ୍ଟ), ସମାରୁ ମୁଣ୍ଡା (ପିଅନ), ବିଷ୍ଣୁ ଓରାମ (ୱାଚ୍ମ୍ୟାନ୍), ସଖୀରାମ ଚନ୍ଦନ (ପିଅନ), ଲାଲ ଅନ୍ଦିଲ (ୱାଚ୍ମ୍ୟାନ୍), ଶିବ ପ୍ରସାଦ ନାୟକ (ପିଅନ), ସୁଶୀଲ ଓରାମ (ପିଅନ), ପରଦେଶୀ କଲେତ (ସ୍ବିପର), ମନୋହର କୁମ୍ଭାର (ସ୍ବିପର), ନାରାୟଣ ମେହେର (ପିଅନ), ବୈଜୟନ୍ତୀ କଂସା (ସ୍ବିପର), ସୁରେଶ ନନ୍ଦ (ପିଅନ), େଗୗତମ ମିଶ୍ର (ଲାବୋରାଟୋରି ଆଟେଣ୍ଡାଣ୍ଟ), ରୋହିତ ମିଶ୍ର (ପିଅନ), ଦଶରଥ କୁଅଁର (ୱାଚ୍ମ୍ୟାନ୍), ସୁରେନ୍ଦ୍ର ବାରିକ (ଲାବୋରାଟୋରି ଆଟେଣ୍ଡାଣ୍ଟ), ବାବୁଲୁ ରାଉତ (ୱାଚ୍ମ୍ୟାନ୍)। ଏହି କର୍ମଚାରୀଙ୍କ ନିଯୁକ୍ତି ସ୍ଥାୟୀ ହେବା ପରେ ବିଶ୍ବବିଦ୍ୟାଳୟର ଅନ୍ୟ ଅସ୍ଥାୟୀ କର୍ମଚାରୀ ତଥା ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅସ୍ଥାୟୀ କର୍ମଚାରୀମାନେ ସେମାନଙ୍କୁ ବି ସମାନ ଢଙ୍ଗରେ ସ୍ଥାୟୀ କରାଯାଉ ବୋଲି ଦାବି କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।