ନ୍ୟୁଜିଲାଣ୍ଡରେ ଚାଲିଥିବା ଦିନିକିଆ ସିରିଜ୍‌ର ୨ୟ ମ୍ୟାଚ୍‌ ବାତିଲ

ହାମିଲଟନ୍‌: ନ୍ୟୁଜିଲାଣ୍ଡରେ ଚାଲିଥିବା ଦିନିକିଆ ସିରିଜ୍‌ର ୨ୟ ମ୍ୟାଚ୍‌ ବାତିଲ । ବର୍ଷା ଲାଗି ବାତିର କରିଛନ୍ତି ମ୍ୟାଚ୍‌ ରେଫରୀ । ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୮୯ ରନ୍‌ ସଂଗ୍ରହ କରିଥିଲା । ଏହାସହିତ ଗୋଟିଏ ଓ୍ୱିକେଟ୍‌ ମଧ୍ୟ ହରାଇଥିଲା ।

ପ୍ରଥମ ଦିନିକିଆରେ ପରାଜୟ ପରେ ୨ୟ ମ୍ୟାଚ୍‌ ଜିତି ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ଥିଲା ଟିମ୍‌ ଇଣ୍ଡିଆ । ଏହିକ୍ରମରେ ୨ୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଘରୋଇ କିଓ୍ୱି ଟିମ୍‌ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଇଣ୍ଡିଆନ୍‌ ଓପନର । ହେଲେ ମ୍ୟାଚ୍‌ ଆରମ୍ଭରୁ ହୋଇଥିଲା ବର୍ଷା । ମ୍ୟାଚ୍‌ରେ ମାତ୍ର ୫ ଓଭର ଖେଳ ହୋଇଥିବା ବେଳେ ବର୍ଷା ସାଜିଥିଲା ବାଧକ । ଯାହାଫଳରେ ମ୍ୟାଚ୍‌କୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ବର୍ଷା ଛାଡିବା ପରେ ଆରମ୍ଭ ହୋଇଥିଲା ମ୍ୟାଚ୍‌ । ୨ୟ ଦିନିକିଆରେ ୨୯ ଓଭର ବିଶିଷ୍ଟ ଖେଳ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ହେଲେ ମ୍ୟାଚ୍‌ ଆରମ୍ଭ ହେବାମାତ୍ର ଟିମ୍‌ ଇଣ୍ଡିଆକୁ ଲାଗିଥିଲା ଝଟ୍‌କା । ଶିଖର ଧାଓ୍ୱନ ମାତ୍ର ୩ ରନ୍‌ କରି ଲକି ଫର୍ଗୁସନଙ୍କ ଶିକାର ହୋଇଥିଲା । ଏହାପରେ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ୍‌ ଗିଲ୍‌ କିଛି ସମୟ ପାଇଁ କ୍ରିଜ୍‌ରେ ଭଲ ଖେଳ ପ୍ରଦର୍ଶନ କରିଥିଲେ । ହେଲେ ମ୍ୟାଚ୍‌ର ୧୩ତମ ଓଭରରେ ପୁଣି ବର୍ଷା ହୋଇଥିଲା । ମ୍ୟାଚ୍‌କୁ ସ୍ଥଗିତ ରଖିଥିଲେ ରେଫରୀ । ତେବେ ବର୍ଷା ନଛାଡିବା ଏବଂ ଆଉଟ୍‌ ଫିଲ୍ମ ଲାଗି ମ୍ୟାଚ୍‌କୁ ବାତିର କରାଯାଇଛି । ୨ୟ ଦିନିକିଆରେ ଶୁଭମନ୍‌ ଗିଲ୍‌ ୪୫ ରନ୍‌, ସୂର୍ଯ୍ୟକୁମାର ଯାଦବ ୩୪ ରନ୍‌ କରି ଅପରାଜିତ ରହିଥିଲେ ।

ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ୍‌ଙ୍କୁ ଗୋଟିଏ ଓ୍ୱିକେଟ୍‌ ମିଳିଛି । ସେ ୨ ଓଭର ୫ବଲ୍‌ ବୋଲିଂ କରି ୨୪ ରନ୍‌ ଦେଇ ଗୋଟିଏ ଓ୍ୱିକେଟ୍‌ ହିଁ ନେଇଛନ୍ତି । ବାକି କୌଣସି କିଓ୍ୱି ବୋଲର ଓ୍ୱିକେଟ୍‌ ପାଇନାହାନ୍ତି । ତେବେ ତୃତୀୟ ଦିନିକିଆ କିଏ ଜିତିବ । ତାହା ଦେଖିବାକୁ ବାକି ରହିଲା । ଯଦି ନ୍ୟୁଜିଲାଣ୍ଡ ଜିତୁଛି । ତେବେ ସିରିଜ୍‌ରେ ୨-୦ରେ ଆଗରେ ରହିବ । ଆଉ ଯଦି ଭାରତୀୟ ଟିମ୍‌ ବିଜୟୀ ହେଉଛି । ତେବେ ୧-୧ରେ ବରାବର ହେବ ।

Related Posts