ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀଙ୍କ ପରଲୋକ: ଶରୀରରେ ରହିଛି ଆଘାତର ଚିହ୍ନ

ଓ୍ବଶିଂଟନ : ଆରପାରିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ । ଶୁକ୍ରବାର ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ଦେହାନ୍ତ ଘଟିଛି। ଏକ ଦୁର୍ଘଟଣା କାରଣରୁ ୭୩ ବର୍ଷୀୟ ଇଭାନାଙ୍କର ମୃତ୍ୟୁ ହୋଇଛି।

ନ୍ୟୁୟର୍କର ମୁଖ୍ୟ ଚିକିତ୍ସା ନିରୀକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଶରୀରରେ ଆଘାତ ଲାଗିବା ଯୋଗୁ ଇଭାନା ଟ୍ରମ୍ପଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ସହ କ’ଣ ଘଟିଛି ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ।

ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇଭାନାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ସେ ପୋଷ୍ଟ କରିଥିଲେ ଯ, ଯେଉଁମାନେ ଇଭାନା ଟ୍ରମ୍ପଙ୍କୁ ଭଲ ପାଆନ୍ତି, ସେମାନଙ୍କୁ ମୁଁ ଏକ ଦୁଃଖ ଦାୟକ ଘଟଣା ଜଣାଉଛି। ଇଭାନା ଟ୍ରମ୍ପଙ୍କ ନ୍ୟୁୟର୍କ ସହରରେ ତାଙ୍କ ଘରେ ଦେହାନ୍ତ ହୋଇଛି। ଏହା ମୁଁ ଅତ୍ୟନ୍ତ ଦୁଃଖର ଜଣାଉଛି ବୋଲି ଟ୍ରମ୍ପ୍‌ କହିଥିଲେ। ସେ ଜଣେ ଆଶ୍ଚର୍ଯ୍ୟଜନକ ଏବଂ ଚମତ୍କାର ସୁନ୍ଦର ମହିଳା ଥିଲେ। ଯିଏ ଏକ ମହାନ ଏବଂ ପ୍ରେରଣାଦାୟକ ଜୀବନ ବିତାଇଥିଲେ। ସେ ଇଭାନା ଟ୍ରମ୍ପଙ୍କ ତିନି ସନ୍ତାନ ଡୋନାଲ୍ଡ ଜୁନିଅର, ଇଭାଙ୍କା ଏବଂ ଏରିକଙ୍କ ପାଇଁ ସେ ଗର୍ବିତ ଥିଲେ। ଆମେ ମଧ୍ୟ ଇଭାନା ଟ୍ରମ୍ପଙ୍କ ପାଇଁ ଗର୍ବିତ। ଶାନ୍ତିରେ ବିଶ୍ରାମ କର, ଇଭାନା! ବୋଲି ଟ୍ରମ୍ପ୍‌ କହିଥିଲେ।
ଲୋକମାନେ କହୁଛନ୍ତି ଯେ ପାହାଚ ନିକଟରେ ଇଭାନାଙ୍କ ମୃତଦେହ ମିଳିଥିଲା। ନ୍ୟୁୟର୍କ ପୋଲିସ ବିଭାଗର ମୁଖପାତ୍ର କହିଛନ୍ତି ଯେ ଇଭାନା ଟ୍ରମ୍ପ ଚେତାଶୂନ୍ୟ ହୋଇଥିବାର ସୂଚନା ମିଳିଥିଲା। ତେବେ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଶରୀରରେ ଆଘାତ ଚିହ୍ନ ରହିଥିବା ଉଲ୍ଲେଖ କରାଯାଇଛି

Related Posts