ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ, ଡ଼ଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ରେକର୍ଡ ହୋଇଛି। ଆଜି ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳିଛି।ମଙ୍ଗଳବାର ସକାଳ ୯.୧୦ରେ ଟଙ୍କା ଡଲାର ତୁଳନାରେ ୮୦.୦୧ ଡଲାରରେ କାରବାର କରିଥିଲା, ଯାହା ପୂର୍ବ ତୁଳନାରେ ୦.୦୩% ହ୍ରାସ ପାଇଥିଲା। ଚଳିତ ବର୍ଷ ଭାରତୀୟ ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ୭% ରୁ ଅଧିକ ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଥିଲେ ଯେ, ଡିସେମ୍ବର ୨୦୧୪ଠାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୨୫ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଗତ ଫେବୃଆରୀରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବିଗତ ଦିନରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସେଠାରେ ଥିବା ନିବେଶକମାନେ ବାହାର ଦେଶରୁ ସେମାନଙ୍କ ନିବେଶକୁ ହ୍ରାସ କରି ଘରୋଇ ବଜାରରେ ଅଧିକ ନିବେଶ କରୁଛନ୍ତି। ଏହି କାରଣରୁ ଡଲାର ଅଧିକ ଶକ୍ତିଶାଳୀ ହେଉଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ।

Related Posts