ବଢ଼ିଲା ଏକକ ୟୁଜି ପ୍ରବେଶିକା ପରୀକ୍ଷାର ଆବେଦନ ଅବଧି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଢ଼ିଲା ଏକକ ୟୁଜି ପ୍ରବେଶିକା ପରୀକ୍ଷାର ଆବେଦନ ଅବଧି । ତେବେ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା ପରୀକ୍ଷାର ଆବେଦନ ଅବଧି ପୁଣି ବଢ଼ିଛି । ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ତାରିଖ ରାତି ୯ଟା ଯାଏ ଅନଲାଇନରେ ଆବେଦନ କରିପାରିବେ ।

ସେହିଦିନ ମଧ୍ୟରାତ୍ରି ଯାଏ ସେମାନେ ଫି’ଦଖଲ କରିପାରିବେ । ସେହିପରି ୩୧ ଯାଏ ଛାତ୍ରଛାତ୍ରୀମାନେ ନାମଲେଖାରେ ତ୍ରୁଟି ସଂଶୋଧନ କରିବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts