ନୂଆଦିଲ୍ଲୀ: ନେପାଳ ଯାତ୍ରୀବାହୀ ବିମାନ ନିଖୋଜ । 22 ଜଣ ଯାତ୍ରୀଙ୍କ ନେଇ ଉଡାଣି ଭରିଥିବା ବିମାନଟି ନିଖୋଜ ହୋଇଯାଉଛି । ଟ୍ବିନ ଇଞ୍ଜିନ ତାରା ବିମାନ 9 NAET ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ତେବେ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି । ବିମାନରେ 4 ଭାରତୀୟ ଏବଂ 3 ଜାପାନ ଯାତ୍ରୀ ଥିବା ସୂଚନା । ପୋଖରାରୁ ଜମସମକୁ 9ଟା 55ରେ ଉଡାଣ ଭରିଥିବା ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ଜମସମର ମୁସ୍ତଙ୍ଗା ଜିଲ୍ଲା ଆକାଶରେ ବିମାନ ଦେଖା ଦେଇଥିଲା । ଏହା ପରେ ହଠାତ୍ କେଉଁଆଡେ ଅଦୃଶ୍ୟ ହୋଇ ଯାଇଥିଲା । ବିମାନ ସହ କୌଣସି ଯୋଗାଯୋଗ ହୋଇ ପାରିନଥିବା ଜିଲ୍ଲା ମୁଖ୍ୟ ଅଧିକାରୀ ନେତ୍ରା ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।
ସର୍ଚ୍ଚ ଅପରେସନ ଜାରି ଥିବା କହିଛନ୍ତି ମୁସ୍ତଙ୍ଗା ଡିଏସପି ରାମ କୁମାର ଦାନି କହିଛନ୍ତି ।
