ଯୁଦ୍ଧପ୍ରବଣ ୟୁକ୍ରେନରୁ ଫେରୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ଯୁଦ୍ଧ ପ୍ରବଣ ୟୁକ୍ରେନରୁ ଫେରୁଛନ୍ତି ଫସି ରହିଥିବା ଭାରତୀୟ। ତେବେ ଫେରୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା ଶେଷ ନେଇ ଅନିଶ୍ଚିତତା ଦେଖାଛି । ତାଙ୍କ ଭବିଷ୍ୟତ କୁ ନେଇ ଚିନ୍ତିତ ଥିବା ବେଳେ, ଏକ ବଡ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ, ଫରେନ ମେଡିକାଲ ଗ୍ରାଜୁଏଟ ଲାଇସେନ୍ସିଂ ଆକ୍ଟରେ ପରିବର୍ତ୍ତନ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଥିବା ନିୟମ ଅନୁସାରେ ବିଦେଶରେ ମେଡିକାଲ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଓ ଇଂଟର୍ଣ୍ଣସିପ ଭଳି ପ୍ରକ୍ରିୟା ବିଦେଶରେ ହିଁ ହୋଇଆସୁଛି ।

ଏପରି ସ୍ଥଳେ ବର୍ତ୍ତମାନ ୟୁକ୍ରେନରୁ ଫେରୁଥିବା ଏବଂ ପୂର୍ବରୁ ଚୀନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମରେ କୋହଳ କରାଯାଇଛି । ତେଣୁ ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ବିଦେଶରେ ରହି ପଢୁଥିବା ଛାତ୍ରଛାତ୍ରୀ ଭାରତରେ ମଧ୍ୟ ସେମାନଙ୍କ ଇଂଟର୍ଣ୍ଣସିପ କରିପାରିବେ । ଏନେଇ ନ୍ୟାସନାଲ ମେଡିକାଲ କମିଶନ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ କୁହାଯାଇଛି ଯେ, କୋଭିଡ ସ୍ଥିତି କିମ୍ବା ଯୁଦ୍ଧ ଯୋଗୁଁ ଇଂଟର୍ଣ୍ଣସିପ ପୂରଣ କରିପାରିନଥିବା ଛାତ୍ରଛାତ୍ରୀ ଏବେ ଇଂଟର୍ଣ୍ଣସିପ ସଂପୂର୍ଣ୍ଣ କରିପାରିବେ ।

Related Posts