ୟୁପି ବିଜେପିକୁ ବଡ ଝଟକା: ସମାଜାବଦୀ ପାର୍ଟିରେ ମିଶିଲେ ଦଳୀୟ ସାଂସଦ ରୀତା ବହୁଗୁଣାଙ୍କ ପୁଅ

ଉତ୍ତର ପ୍ରଦେଶରେ ବିଜେପି କୁ ଝଟକା ଲାଗିଛି । ଦଳୀୟ ସାଂସଦ ରୀତା ବହୁଗୁଣାଙ୍କ ପୁଅ ସମାଜାବଦୀ ପାର୍ଟିରେ ମିଶିଛନ୍ତି । ନିଜ ପ୍ରୁଅକୁ ବିଜେପିରୁ ବିଧାୟକ ଟିକେଟ ପାଇଁ ଲବି କରିଥିବା ରିତାଙ୍କୁ ବିଜେପି ଟିକେଟ ଦେଇନଥିଲ ଫଳରେ ଟିକେଟ ନମିଳିବା ନେଇ ଉଭୟ ରୀତା ଓ ତାଙ୍କ ପୁଅ ମୟଙ୍କ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି । ଏହି କ୍ରମରେ ଆଜି ସମାଜାବଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଆଜମଗଡ ରାଲିରେ ମୟଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି ।

ମୟଙ୍କ ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଅଖିଳେଶ କହିଛନ୍ତି କି, ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଗଠନରେ ଆଉ କେହି ପ୍ରତିବନ୍ଧକ ଲଗାଇପାରିବେ ନାହିିଁ । ସୂଚନା ଥାଉକି, କିଛିଦିନ ପୂର୍ବରୁ ପ୍ରୟାଗରାଜ ଠାରେ ରୀତା ବହୁଗୁଣାଙ୍କ ପୁଅ ମୟଙ୍କ ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତର ଫଟୋ ନିଜେ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିଥିଲେ ।

କହିରଖୁ କି ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ପାଇଁ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଏହି ପର୍ଯ୍ୟାୟରେ ୯ ଟି ଜିଲ୍ଲାର ୫୪ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ ତେବେ ତା ପୂର୍ବରୁ ଆଜି ପ୍ରଚାରର ଶେଷ ଦିନ ।

Related Posts