
ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ । ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗଣତି । ସମସ୍ତଙ୍କୁ ପଛରେ ପକାଇ ଏକ ବଡ଼ ସଫଳତା ହାସଲ କରିଛି ବିଜେଡ଼ି । ପ୍ରାୟ ସମସ୍ତ ସିଟ୍ରେ ବିଜେଡି ବିଜୟ ହାସଲ କରିଛି କହିଲେ ଭୁଲ ହେବନି । ଅଧିକାଂଶ ଆସନରେ ବିଜେଡି ବିଜୟ ହାସଲ କରିଛି । 4ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ପୋଛି ନେଇଛି ବିଜେଡି । ଅନ୍ତିମ ପର୍ଯ୍ୟାୟରେ ୨୩୧ଟି ଜୋନ ପାଇଁ ଭୋଟ ଗଣତି ଜାରି ରହିଛି।
ତୃତୀୟ ଦିନ ଗଣତି ସୁଦ୍ଧା ବିଜେଡି ୭୬୪ଟି ଆସନରେ ବିଜୟ ହାସଲ କରିଛି । ସେହିଭଳି ବିଜେପି ୪୨ ଆସନରେ ବିଜୟ ହାସଲ କରିଛି । କଂଗ୍ରେସ ୩୮ ଆସନରେ ବିଜୟ ହାସଲ କରିଛି । ସ୍ୱାଧୀନ ୩ ଆସନରେ ବିଜୟ ହାସଲ କରିଥିବା ବେଳେ ଅନ୍ୟାନ୍ୟ ଦଳ ୪ ଆସନରେ ବିଜୟ ହାସଲ କରିଛନ୍ତି ।
ଜିଲ୍ଲାପରିଷଦ ଜୋନ ଟ୍ରେଣ୍ଡ ଅନୁଯାୟୀ ବିଜେଡି ଲଗାତାର ଆଗୁଆ ରହିଛି । ଯାଜପୁର, ଝାରସୁଗୁଡା, ଦେବଗଡ଼ ଏବଂ ଭଦ୍ରକରେ ବିଜେଡି କ୍ଲିନସୁଇପ କରିଛି । 10ଟି ଜିଲ୍ଲାରେ ବିଜେପି, 18ଟି ଜିଲ୍ଲାରେ କଂଗ୍ରେସ୍ ଖାତା ଖୋଲି ପାରିନି ।