ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି । ମୁରାଦାବାଦ ବିଜନୋର ସ୍ଥାନୀୟ ପ୍ରାଧିକରଣରୁ ସତ୍ୟପାଳ ସୋନୀ, ରାମପୁର ବରେଲି ସ୍ଥାନୀୟ ପ୍ରାଧିରଣରୁ ମହାରାଜା ସିଂ, ବଦାୟୁ ସ୍ଥାନୀୟ ପ୍ରଧିକରଣରୁ ବାଗୀଶ ପାଠକ, ପିଲିଭିତ୍ ସାହଜହାପୁରରୁ ଡା.ସୁଧୀର ଗୁପ୍ତାଙ୍କୁ ନିଜର ପ୍ରାର୍ଥୀ କରିଛି ଦଳ।ଏହାସହ ଗୋରଖପୁର-ମହାରାଜଗଞ୍ଜ ଆସନରୁ ସିପି ଚାନ୍ଦ, ରାୟ ବରେଲିରୁ ଦିନେଶ ପ୍ରତାପ ସିଂ ଏବଂ ବଲିୟାରୁ ରବିଶଙ୍କର ସିଂ ପପୁଙ୍କ ନାଁ ରହିଛି।

ହରଦୋଇରୁ ଅଶୋକ ଅଗ୍ରୱାଲ, ଖିରିରୁ ଅନୁପ୍ ଗୁପ୍ତା, ପ୍ରତାପଗଡରୁ ହରି ପ୍ରତାପ ସିଂ, ବାରାବଙ୍କିରୁ ଆନନ୍ଦ କୁମାର ସିଂ, ବହରାଇଚରୁ ପ୍ରଜ୍ଞା ତ୍ରିପାଠୀ, ଗୋଣ୍ଡାରୁ ଅବଧେଶ ସିଂ ମଞ୍ଜୁ, ଦେବରିଆରୁ ରତନ ପାଲ ସିଂ, ଅହ୍ଲାବାଦରୁ କେପି ଶ୍ରୀବାସ୍ତବଙ୍କ ନାଁ ଘୋଷଣା କରିଛି ଦଳ। ସେପଟେ ବିଧାନ ପରିଷଦ ନିର୍ବାଚନର ନାମାଙ୍କନ ତାରିଖ ମାର୍ଚ୍ଚ ୧୯ରୁ ୨୧କୁ ବଢାଯାଇଥିଲା। ୩୬ ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ମାର୍ଚ୍ଚ ୧୫ରୁ ନାମାଙ୍କନ ଜାରି ରହିଛି । ଏପ୍ରିଲ ୯ରେ ନିର୍ବାଚନ ହେବ ଏବଂ ଏପ୍ରିଲ ୧୨ରେ ଫଳାଫଳ ପ୍ରକାଶ ପାଇବ।

Related Posts