ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବିଧାୟକଙ୍କର ଆସନ୍ତା କାଲି ହେବ ବୈଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆସନ୍ତା କାଲି ବିଧାୟକଙ୍କର ବୈଠକ ହେବାକୁ ଯାଉଛି । ସେପଟେ ବିଧାନସଭା ନିର୍ବାଚନର ଫଳାଫଳାର ଆସିବାର ୯ଦିନ ପରେ ମଧ୍ୟ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସ୍ଥିର କରାଯାଇପାରିନାହିଁ । ତେବେ ଦିଲ୍ଲୀରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଚଳିତଥର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍ମର ସିଂହ ଧାମି ପରାଜୟ ହୋଇଛନ୍ତି ।

ବିଜେପି ତାଙ୍କ ଚେହେରାକୁ ନେଇ ନିର୍ବାଚନ ଲଢ଼ିଥିଲା । ଏଥିଯୋଗୁ ବିଜେପିକୁ ନୂଆ ନେତା ବାଛିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେପଟେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବି ବିଜେପି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ବାଛିବାରେ ସକ୍ଷମ ହୋଇପାରି ନାହିଁ । ଏନେଇ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏକ ବୈଠକ ଅନୁଷ୍ଠିତ ହେବ । ଏହା ପରେ ମାର୍ଚ୍ଚ ୨୦ରେ ହେବାକୁ ଥିବା ବିଜେପି ବିଧାୟକଙ୍କ ବୈଠକରେ ଏହା ଉପରେ ମୋହର ଲାଗିବ ।

Related Posts