ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ର କଂଗ୍ରେସ ବିଧାୟକ ଏକ ଘରୋଇ ଚ୍ୟାନେଲ କୁ ସାକ୍ଷାତକାର ଦେଇ କହିଛନ୍ତି ଯେ “ବୋଧହୁଏ ବିଜେପି, କଂଗ୍ରେସ ର ବିଧାୟକ ମାନଙ୍କ ସହ ସମ୍ପର୍କ ରେ ରହିଛି” ନହେଲେ ଦଳର ୭ ବିଧାୟକ ଗତ ବିଧାନ ପରିଷଦ ନିର୍ବାଚନ ରେ କ୍ରସ ଭୋଟ ଦେଇ ନଥାନ୍ତେ। ଏହି ବିଧାୟକ ମାନଙ୍କ ବିରୁଦ୍ଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିବସେନା ର କିଛି ବିଧାୟକ ଙ୍କ ବିଦ୍ରୋହ ପରେ ମହା ବିକାଶ ଅଗାଡି ସରକାର ଭାଙ୍ଗି ଯାଇଛି ସାତ ମାତ୍ର ଏହି ଗଠ ବନ୍ଧନ ଭାଙ୍ଗିବା ନାହିଁ । ଆମେ ସରକାର ରେ ନ ରହିଲେ ମଧ୍ୟ ମହା ବିକାଶ ଅଗାଡି ଥିଲା ଅଛି ଏବଂ ରହିବ। ଶ୍ରୀ ପୃଥ୍ୱୀରାଜ ଚୌହାନ ହେଉଛନ୍ତି ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନ ସେ ବିଧାୟକ ଅଛନ୍ତି ଓ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ପଦବୀରେ ମଧ୍ୟ ଅଛନ୍ତି।
