ଭୁବନେଶ୍ୱର : ଏନ୍‌ଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ନାଁ ଘୋଷଣା ହୋଇଛି । ତେବେ ରାଷ୍ଟ୍ରପତି ପରି ଉପରାଷ୍ଟ୍ରପତି ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ପାଇଁ ମଧ୍ୟ ସମର୍ଥନ ଘୋଷଣା କରିଛି ବିଜେଡ଼ି ।

ଜଗଦୀପ୍‌ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟଙ୍କ ସହିତ କଥା ହୋଇଛନ୍ତି । ଜଗଦୀପ୍‌ଙ୍କୁ ସମର୍ଥନ ଦେବା ପାଇଁ ମୋଦୀ ନବୀନ୍‌ଙ୍କୁ ନିବେଦନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ଜଗଦୀପ୍‌ଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡିର ସାଂସଦ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡ଼ିଛି ।