ଭାରସାମ୍ୟ ହରାଇ ଓଲଟି ପଡିଲା ଡଙ୍ଗା, ଦୁଇ ନିଖୋଜ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ ନିକଟରେ ଅଘଟଣ । ନଦୀରେ ବୁଡିଗଲା ଡଙ୍ଗା। ଫଳରେ ଏହି ଘଟଣାରେ, ୨ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ ବ୍ୟକ୍ତି ୨ ଜଣ ଗିଲାମାମୁଡି ଗ୍ରାମର ବୋଲି ଜଣା ପଡ଼ିଛି।

ଖବର ଅନୁଯାୟୀ, ସୋମବାର ଏକ ଡଙ୍ଗାରେ ୭ ଜଣ ପଡୋଶୀ ରାଜ୍ୟ ଆନ୍ଧ୍ରର ମାଙ୍ଗମପଡ଼ା ଅଭିମୁଖେ ଯାଉଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣ ଜୀବନକୁ ବାଜି ଲଗେଇ ପହଁରି ପହଁରି ନଦୀକୂଳରେ ପହଁଚିଥିଲେ । ବର୍ତ୍ତମାନ ସୁଦ୍ଧା ୨ ଜଣ ନିଖୋଜ ରହିଛନ୍ତି। ନିଖୋଜ ୨ଜଣ ହେଲେ ଲିଙ୍ଗା ରେଡ୍ଡୀ ବୟସ (୩୦) ଓ ଲଚମନ ରେଡ୍ଡୀ ବୟସ (୨୫) । ନିଖୋଜ ୨ ଜଣ ପଡୋଶୀ ରାଜ୍ୟ ଆନ୍ଧ୍ର ର ମାଙ୍ଗମପଡ଼ା ଗ୍ରାମର ବୋଲି ଜଣା ପଡ଼ିଛି । ଦୀର୍ଘ ଦିନ ପରେ ନିଜ ସମ୍ପର୍କୀୟଙ୍କ ଘର କୁରୁମାନୂର୍ ପଞ୍ଚାୟତର ଗିଲାମାମୁଡି ଗ୍ରାମକୁ ବୁଲିବାକୁ ଆସିଥିଲେ । ନିଜ ଘର ଆନ୍ଧ୍ରାର ମାଙ୍ଗମ୍ପଡ଼ା ଫେରିବା ସମୟେ ଏଭଳି ଘଟଣା ଘଟିଛି। ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଉଦ୍ଧାରକାରୀ ଦଳ ଙ୍କ ସହାୟତାରେ ଖୋଜାଖୋଜି କରୁଥିବା ସୂଚନା ମିଳିଛି ।

Related Posts