ସାନଖେମୁଣ୍ଡି : ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ। ଗତ ଦୁଇ ଦିନ ତଳୁ ନିଖୋଜ ଥିବା ବେଳେ, ଋଷିକୁଲ୍ୟା ନଦୀ ପଠାରୁ ଗଳିତ ମୃତଦେହ ଠାବ ହୋଇଛି । ମୃତକ ସୋରଡ଼ା ବ୍ଲକ ନୂଆଗଡ଼ ଗାଁରେ ଶଙ୍କର ବେହେରା ବୋଲି ଜଣାପଡିଛି ।
ତାଙ୍କ ବୟ ୬୦ ବର୍ଷ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ଦୁଇ ଦିନ ହେବ ନଦୀକୁ ଗାଧୋଇବାକୁ ଆସି ବୁଡିଯାଇଥିଲେ । ବହୁ ଖୋଜାଖୋଜି ପରେ ବି ଶଙ୍କରଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଦୁଇ ଦିନ ପରେ ଋଷିକୁଲ୍ୟା ନଦୀ ପଠାରୁ ତାଙ୍କର ମୃତଦେହକୁ ଠାବ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
