ଅନୁଗୁଳ : ଅନୁଗୁଳ ଆରକ୍ଷି ଅଧିକ୍ଷକଙ୍କ (ଏସପି) କାର୍ଯ୍ୟାଳୟ ପାଖରେ ଜଣେ ଅଜଣା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ୫୫ ନମ୍ୱର ଜାତୀୟ ରାଜପଥ ପାଖରେ ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ମୃୃୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।
ତାଙ୍କର ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆମ୍ବୁଲାନ୍ସରେ ମୃତଦେହକୁ ଅନଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କର ସ୍ବଭାବିକ ଭାବେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୋଲିସ କହିଛି।
