ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି । ସେପଟେ ଫେବୃଆରୀ ୨ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ସଂସଦର ବ୍ୟାପାର ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୩୧ ରୁ ଫେବୃଆରୀ ୧୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ ରୁ ଏପ୍ରିଲ ୮ ପର‌୍ୟ୍ୟନ୍ତ ଡାକିବାକୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିବା ସହିତ ଅଧିବେଶନ ଆରମ୍ଭ ହେବ। ଏପ୍ରିଲ୍ ୮ ପର୍ଯ୍ୟନ୍ତ ଅଧିବେଶନ ଜାରି ରହିବ । ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିର ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି । ଫେବୃଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ଲଗାତର ୪ର୍ଥ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ। ଏଥିନିମନ୍ତେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦେଶରେ ଏବେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ଅନ୍ୟପଟେ ସଂସଦ ଗୃହ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ତୃତୀୟ ତରଙ୍ଗ ସମୟରେ ସଂସଦ ଗୃହର ୭୧୮ କର୍ମଚାରୀ ଗତ ଏକ ମାସ ମଧ୍ୟରେ କରୋନାରେ ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମିତ ହୋଇଥିଲେ। ଜାନୁଆରୀ ୯ ପର୍ଯ୍ୟନ୍ତ, ପ୍ରାୟ ୪୦୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । କିନ୍ତୁ ବୁଧବାର ଦିନ ଏହି ସଂଖ୍ୟା ୭୦୦ ଅତିକ୍ରମ କରିଥିଲା । କେବଳ ଗତ ତିନି ଦିନ ମଧ୍ୟରେ ଏହି ସଂଖ୍ୟାରେ ପ୍ରାୟ ୪୩ ପ୍ରତିଶତ ବୃଦ୍ଧି ଘଟିଛି।

Related Posts