(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବରେ ଦିନ କହିଛନ୍ତି ଯେ ଦେଶରେ କରୋନା ଶଙ୍କଟ ହେବାପାଇଁ କେବଳ କେନ୍ଦ୍ର ଦାଇ କାରଣ “କୌଣସି କାମ ନକରିବା” । ଶେଷ ୬ମାସ କେନ୍ଦ୍ରମନ୍ତ୍ରୀ ଓ ନେତାମାନେ କେବଳ ବଙ୍ଗାଲ “କ୍ୟାପ୍ଚର” କରିବାକୁ ଆସୁଥିଲେ । ତୃତୀୟଥର ପାଇଁ ବାଚସ୍ପତି ଭାବେ ଟିଏମସି ବିଧାୟକ ବିମାନ ବୃନ୍ଦୋପାଧ୍ୟୟ ନିର୍ବାଚିତ ହେଲାପରେ ବାନାର୍ଜୀ ବିଧାନସଭାରେ ଭାଷଣ ଦେଇଥିଲେ । ସାମ୍ପ୍ରଦାୟକ ଉତ୍ତେଜନା ବିରୋଧରେ କଠୋର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ନିର୍ବାଚନ ଜିତିବାରେ ବିଫଳ ହେବା ପରେ ବିଯେପି ହିଂସା ସୃଷ୍ଠି କରୁଛି । “ମୁଁ ଚ୍ୟାଲେଞ୍ଜ କରିପାରିବିଯେ ନିର୍ବାଚନ ଆୟୋଗ ସିଧାସଳଖ ସାହାଯ୍ୟ କରି ନଥାନ୍ତେ, ସେମାନେ (ବିଜେପି) ୩୦ଟି ଆସନ ମଧ୍ଯ ଜିତି ପାରି ନଥାନ୍ତେ । ଏହି ନିର୍ବାଚନରେ ପୋଲ ପ୍ୟାନେଲ ଅଧୀନରେ କିଛି ସ୍ଥାନରେ ର୍ୟାଗିଙ୍ଗ ହୋଇଥିଲା” । ଇସିରେ ସଂସ୍କାର ଆଣିବା ଦରକାର ବୋଲି ମମତା କହିଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ନେତୃତାଧୀନରେ ତୃଣମୂଳ କଂଗ୍ରେସ ୨୧୩ଟି ଆସନ ଯିତିଥିବା ବେଳେ ବିଜେପି ୭୭ଟି ସିଟ୍ ହାସଲ କରିଥିଲା । ବାନାର୍ଜୀ ପୂର୍ବରୁ ସାରା ଦେଶରେ ମାଗଣା ସର୍ବଭାରତୀୟ ଟାକାକରଣ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କୋଭିଡ୍ ମ୍ୟାନେଜମେଣ୍ଟ ମୋର ପ୍ରାଥମିକତା ।
Related Posts
-
Copyright © SatyaPatha2021