
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ପିସ୍ ପାଗୋଡା। ତେବେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପୂର୍ବରୁ ଗତକାଲି ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ଦେଶ ବିଦେଶରୁ ଆସିଥିବା ବୌଦ୍ଧ ସାଧୁସନ୍ଥ।
ରାଜଭବନ ନିକଟ ସ୍ବତନ୍ତ୍ର ସର୍କିଟ ହାଉସରୁ ଶୋଭାଯାତ୍ରା ବାହାରି ଧଉଳି ପର୍ଯ୍ୟନ୍ତ ଯାଇଥିଲା । ଧଉଳିରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ ବୌଦ୍ଧ ସନ୍ୟାସୀ ଏବଂ ଧର୍ମଗୁରୁ । ଏହି ଅବସରରେ ଅଶୋକ ଶିଳାଲିପି ପରିଦର୍ଶନ କରିବା ସହ ବିଶ୍ବକୁ ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି।

ତେବେ ଆଜି ହେଉଛି ଧଉଳିର ସୁବର୍ଣ୍ଣ ଜୟନ୍ତୀ । ସେଥିପାଇଁ ସଜେଇ ହୋଇଛି ଶାନ୍ତିସ୍ତୁପ । ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ପୂଜାପାଠ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଧଉଳି ପାହଡ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲାପାଳ ପ୍ରମୁଖ ଧଉଳି ପରିଦର୍ଶନ କରିବା ସହ ଉନ୍ନତିମୂଳକ କାମର ତଦାରଖ କରିଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଶୁକ୍ରବାର ସକାଳ ୭ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୁପକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।