ଶୁକ୍ରବାର ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୂପର ପରିଦର୍ଶନ ପର୍ଯ୍ୟଟକ ତଥା ସର୍ବସାଧାରଣଙ୍କ ନିମନ୍ତେ ରହିବ ବନ୍ଦ

ଭୁବନେଶ୍ବର : ଶୁକ୍ରବାର ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ । ଏନେଇ ଏହି ଅବସରରେ ସମାରୋହ ତଥା ପୂଜା ମହୋତ୍ସବ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ଦେଶ ବିଦେଶରୁ ସହଶ୍ରାଧିକ ବୌଦ୍ଧ ଭିକ୍ଷୁ, ସାଧୁ ସନ୍ଥ ଓ ନିମନ୍ତ୍ରିତ ଅତିଥି ଶାନ୍ତିସ୍ତୂପର ମୁଖ୍ୟ ଦର୍ଶନ ପୀଠ ସମ୍ମୁଖ ମଣ୍ଡପଠାରେ ଆୟୋଜିତ ପୂଜା ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଗାମୀ ୨୮ ତାରିଖ (ଶୁକ୍ରବାର) ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୂପର ପରିଦର୍ଶନ ପର୍ଯ୍ୟଟକ ତଥା ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରଖିବାକୁ ସ୍ଥିର କରାଯାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ଆବଶ୍ୟକ ଟ୍ରାଫିକ୍‌ କଟକଣା ଜାରି ରହିବ।

ଉଲ୍ଲେଖଯୋଗ୍ୟ, ଧଉଳି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆସନ୍ତା ୨୭ ତାରିଖ (ଗୁରୁବାର) ଦିନ ରାଜଭବନ ଛକରୁ ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ହେବ। ଏଥିରେ ଦେଶବିଦେଶରୁ ହଜାର ହଜାର ସାଧୁ ଯୋଗ ଦେବେ। ଶୁକ୍ରବାର ସକାଳ ୯ଟା ୪୫ରୁ ଏଠାରେ ପୂଜାପାଠ ଓ ଶାନ୍ତି ପ୍ରାର୍ଥନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Related Posts