ନିଜ ସ୍ୱାସ୍ଥ୍ୟକୁ ନେଇ ଉଠିଥିବା ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜ ସ୍ୱାସ୍ଥ୍ୟକୁ ନେଇ ଉଠିଥିବା ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଦର୍ଶନ କରି ସମସ୍ତଙ୍କର କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ତେବେ ନିଜ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଯେବେ ଯେବେ ନିର୍ବାଚନ ଆସେ ଏମିତି ଗୁଜବ ଉଠେ ବୋଲି ସେ କହିଛନ୍ତି । ନିର୍ବାଚନ ଆସିଲେ ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଏମିତି ଗୁଜବ କରାଯାଏ ।

ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି ଏବଂ ବହୁତ ଖୁସି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ବେଳେ ଏପରି ଗୁଜବ ହେଲେ ବିଜେଡି ଭଲ ପ୍ରଦର୍ଶନ କରେ । କରେନାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରୋନା ଏବେ ବି ଅଛି । ତେଣୁ ଗାଇଡ୍ଲାଇନ୍ ମାନନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ସେ ଲୋକଙ୍କୁ ନିବେଦନ କରିଛନ୍ତି ।

Related Posts