ଅସଲି ପୋଲିସ କବଜାରେ 2 ନକଲି ପୋଲିସ

ରାଜ୍ୟରେ ନକଲି ସାମଗ୍ରୀ ସହ ବଢ଼ୁଛି ନକଲି ଅଫିସରଙ୍କ ସଂଖ୍ୟା । ନିଜକୁ ବଡ଼ ବଡ଼ ପଦବୀର ଅଧିକାରୀ କହି ସାଧାରଣ ଲୋକଙ୍କୁ କଳା କନା ବୁଲାଉଛନ୍ତି । ଏପରି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଏମିତି ଏକ ଖବର ସାମ୍ନାକୁ ଆସିଛି। ନିଜକୁ ପୋଲିସ କହି ବ୍ଳାକମେଲ କରି ଟଙ୍କା ଲୁଟିଛନ୍ତି ନକଲି ପୋଲିସ । ସ୍ପେସିଆଲ ସ୍କାଡର ଅଧିକାରୀ ବୋଲି ପରିଚୟ ଦେଇ ଟଙ୍କା ଲୁଟୁଥିଲେ ଦୁଇ ଅଭିଯୁକ୍ତ । ଏହି ଦୁଇ ଅଭିଯୁକ୍ତ ହେଲେ ଜ୍ଞାନ ରଞ୍ଜନ ମହାନ୍ତି (୬୦) ଓ କାହ୍ନୁ ଚରଣ ସାହୁ (୫୮) । ଉଭୟେ ପୋଲିସ କହି ଲୋକଙ୍କୁ ଧମକାଉଥିଲେ । ଆଉ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ନେଇଥିଲେ । ଫେବୃଆରୀ ୧୦ରେ ମାମଲା ପରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଜ୍ଞାନ ରଞ୍ଜନ ପୂର୍ବରୁ ପୋଲିସ ଅଧିକାରୀ ଥିଲେ ।

ଏହି ଦୁଇ ଜଣ ସହୀଦ ନଗର ଅଞ୍ଚଳରେ ବୁଲି ଲୋକଙ୍କ ପିଛା କରନ୍ତି ଆଉ ଲୁଟନ୍ତି । ଜ୍ଞାନ ରଞ୍ଜନ ମହାନ୍ତି ଜଣେ ଅବସରପ୍ରାପ୍ତ ASI (Assistant Sub-Inspector) କର୍ମଚାରୀ କହି ବିଭିନ୍ନ ସମୟରେ ଲୋକଙ୍କୁ ଧମକଚମକ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଥିବା ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଥିବା ବେଳେ ଯଦି ଏହିଭଳି ଅଭିଯୋଗ କାହା ପାଖରେ ଥାଏ ତାହାଲେ ପୋଲିସକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି ।

Related Posts