ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ପରେ ରାଜ୍ୟରେ ଦେଖାଦେଇଛି ବନ୍ୟା ସ୍ଥିତି । ଅନେକ ସ୍ଥାନରେ ଘାଇ ଭାଙ୍ଗିବା ସହ ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ଫଳରେ ରାଜ୍ୟରେ ବର୍ତ୍ତମାନ ବନ୍ୟାର ସ୍ଥିତି ବହୁତ ଜଟିଳ ରହିଛି । ସବୁ ଆଟେ ଜଳମଗ୍ନ ହୋଇ ଯାଇଛି । କିଛି କିଛି ସ୍ଥାନରେ ଯାତାୟତ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଆଜି ଆକାଶ ମାର୍ଗରୁ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ସଚିବ ଭିକେ ପାଣ୍ଡିୟାନ ମଧ୍ୟ ତାଙ୍କ ସାଥୀରେ ରହିବେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ ।

Related Posts