କୋଭିଡ଼ ରେ ଅନାଥ ପିଲାଙ୍କ ତାଲିକା ମାଗିଲେ ଶିଶୁ ସୁରକ୍ଷା ଆୟୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ସମସ୍ତ ରାଜ୍ୟ ତଥା ୟୁନିଅନ ଟେରିଟୋରୀ (UT) କୁ ନେଇ କୋଭିଡ-୧୯ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ସୁରକ୍ଷା ନେଇ ଏକ ପୋର୍ଟାଲ ଆରମ୍ଭ କରିଛନ୍ତି। (ଏନସିପିସିଆର) ଶିଶୁ ଆଇନ, ୨୦୧୫ଧାରା ୧୦୯ ଅଧୀନରେ କୋଭିଡ-୧୯ ପାଇଁ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଥିବା ପିଲାମାନଙ୍କ ସୁରକ୍ଷା ନେଇ ବାଲସ୍ୱରାଜ (କୋଭିଡ-କେୟାର) ଲିଙ୍କ”ନାମକ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି । ଯେଉଁ ପିଲାମାନେ ଯତ୍ନ ଓ ନିରାପତ୍ତା ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଅନଲାଇନରେ ଚିହ୍ନଟ କରିବା ସହ ସେମାନଙ୍କ ସୁବିଧା ତଦାରଖ ଉଦ୍ଦେଶ୍ୟରେ ଆୟୋଗଙ୍କ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ କରାଯାଇଛି । କରୋନା ମହାମରୀରେ ଯେଉଁ ପିଲାମାନେ ସେମାନଙ୍କ ମାତାପିତା ବା ସେମାନଙ୍କ ମଧ୍ୟରେ ଜଣଙ୍କୁ କାହାକୁ ବି ହରାଇଥିବେ ସମ୍ପୃକ୍ତ ଅଧିକାରୀ ବା ବିଭାଗ ସେମାନଙ୍କ ତଥ୍ୟ କୋଭିଡ କେୟାର ଅଧୀନରେ ଅପଲୋଡ଼ କରିପାରିବେ । ଯେଉଁ ପିଲାମାନଙ୍କ ପାରିବାରିକ ସାହାଯ୍ୟ ବା ସେମାନଙ୍କ ଭରଣପୋଷଣ ପାଇଁ କୌଣସି ବିକଳ୍ପ ନାହିଁ ସେ କ୍ଷେତ୍ରରେ ସେମାନେ କିଶୋର ନ୍ୟାୟ ଆଇନ ୨୦୧୫ ଅନ୍ତର୍ଗତ ଧାରା ୨ (୧୪) ଅଧୀନରେ ଯତ୍ନ ଓ ନିରାପତ୍ତା ପାଇବାକୁ ହକ୍‌ଦାର । ଆଇନ ଅନୁସାରେ ସେପରି ପିଲାମାନଙ୍କ ସ୍ୱାର୍ଥରକ୍ଷା ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯିବା ଆବଶ୍ୟକ । “ବାଲ ସ୍ୱରାଜ-COVID- କେୟାର ” ପୋର୍ଟାଲ କୋଭିଡ -୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପିଲାମାନଙ୍କୁ ଲକ୍ଷ୍ୟ ରଖି ଗଢ଼ା ଯାଇଛି। ଏପରି ପିଲାମାନଙ୍କୁ ଶିଶୁ କଲ୍ୟାଣ କମିଟି (CWC) ସମ୍ମୁଖରେ ଉପସ୍ଥିତ କରାଇବାଠାରୁ ଆରମ୍ଭ କରି ସେମାନଙ୍କୁ ସେମାନଙ୍କ ପିତାମାତା, ଅଭିଭାବକ ବା ସମ୍ପର୍କୀୟଙ୍କ ନିକଟରେ ଜିମା ଦେବା ଓ ଏହାର ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ପୋର୍ଟାଲରେ ପ୍ରତ୍ୟେକ ପିଲାର ଜିଲ୍ଲା ବା ରାଜ୍ୟ ଅଧିକାରୀ ପୂରଣ କରିଥିବା ତଥ୍ୟକୁ ଭିତ୍ତିକରି ଆୟୋଗ କ୍ଷତିଗ୍ରସ୍ତ ପିଲା ତା’ର ନ୍ୟାର୍ଯ୍ୟ ହକ୍ ପାଇପାରିଛି କି ନାହିଁ ସେ ସମ୍ପର୍କରେ ବିସ୍ତୃତ ସଠିକ ତଥ୍ୟ ଅବଗତ ହୋଇପାରିବେ ।ପିଲାଙ୍କୁ CWC ଙ୍କ ନିକଟରେ ହାଜର କରାଯାଇଛି କି ନାହିଁ ଓ ତା କ୍ଷେତ୍ରରେ କୌଣସି ଆଦେଶ ଦିଆଯାଇଛି କି ନାହିଁ ତାହା ମଧ୍ୟ ଜଣାପଡିବ । ପିଲାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକାରୀ ହେଉଥିବା ଯୋଜନା ବାବଦ ଅର୍ଥ ରାଜ୍ୟ ପାଉଛି କି ନାହିଁ ଏହା ଆବଶ୍ୟାକ ହେଉଥିଲେ ତାହା ମଧ୍ୟ ଆୟୋଗ ଜାଣିପାରିବେ । ମାନ୍ୟବର ସୁପ୍ରିମକୋର୍ଟ SMWP No. 4 of 2020 “In Re. Contagion of Covid-19 virus in Children Homes”ସେ ଯେଉଁ ପିଲାମାନେ ଅନାଥ ହୋଇଯାଇଛନ୍ତି ସେମାନଙ୍କ ସମ୍ପର୍କରେ ତଥ୍ୟ ୨୯.୦୫.୨୦୨୧ (ଶନିବାର) ସୁଦ୍ଧା କୋଭିଡ କେୟାର ଲିଙ୍କ ଅନ୍ତର୍ଗତ ବାଲସ୍ୱରାଜ ପୋର୍ଟାଲରେ ଅପଲୋଡ କରିବାକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଳା ଅଧିକାରୀମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ ମଧ୍ୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଧାନ ଶାସନ ସଚିବ/ମହିଳା ଓ ଶିଶୁ ବିକାଶ / ସମାଜ କଲ୍ୟାଣ ବିଭାଗଙ୍କୁ ୨୮.୦୫,୨୦୨୧ ଓ ମୁଖ୍ୟ ଶାସନ ସଚିବମାନଙ୍କୁ ୨୯.୦୫.୨୦୨୧ ପତ୍ର ଜରିଆରେ ଜଣାଇ ଦେଇଛନ୍ତି । ପ୍ରତ୍ୟେକ ବ୍ୟବହାରକାରୀ /ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ୟୁଜର୍ସ ନେମ ଓ ପାସ୍‌ୱାର୍ଡ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ସେୟାର କରାଯାଇଛି । (ଏନସିପିସିଆର)ଭାରତର ଏକ ଆଇନଗତ ସଂସ୍ଥା ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରେ ।

Related Posts