ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି, ୭ ଦିନ ଭିତରେ ସସସ୍ତ ଘାଇର ମରାମତି କାମ ଶେଷ ହେବ। ଅଧିକ ବର୍ଷା ଯୋଗୁଁ ଘାଇ ହୋଇଛି। ବିଭିନ୍ନ ସ୍ଥାନରେ ୭ଟି ଘାଇ ସୃଷ୍ଟି ହୋଇଛି। ଏସଆରସି ଅର୍ଥ ଦେଲେ ଦୁଇ ଦିନରେ ମରାମତି କାମ ଆରମ୍ଭ ହେବ ଓ ୭ ଦିନରେ ଶେଷ ହେବ। ମହାନଦୀରେ ଆଉ ବନ୍ୟା ଆଶଙ୍କା ନାହିଁ। ମହାନଦୀର ଉପରମୁଣ୍ଡରେ ପାଣି କମିଛି ।
ବର୍ଷା ନହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ । ଏବେ ୨୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସିତ ହେଉଛି । ୩ ତାରିଖ ବେଳକୁ ହୀରକାଦୁ ଜଳସ୍ତର ୬୧୮କୁ ଖସିଯିବ । ମୁଣ୍ଡଳୀରେ ବି ବନ୍ୟା ନାହିଁ । ହେଲେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ସେପଟେ ବୈତରଣୀ ସମେତ ଅନ୍ୟ ସନୁ ନଦୀରେ ବି ଜଳସ୍ତର କମିଛି । ସବୁ ନଦୀ ବିପଦ ସଂକେତ ତଳକୁ ଆସିଲାଣି ।
