ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ଭାଙ୍ଗି ଯାଇଛି; ଏହାକୁ ପୁନଃ ପ୍ରତିଷ୍ଠା କରାଯିବ: ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ଉଦୟପୁରରେ କଂଗ୍ରେସର ତିନିଦିନିଆ ଚିନ୍ତନ ଶିବିର ଆୟୋଜନ ହୋଇଛି । ଏହା ମଧ୍ୟରେ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ଭାଙ୍ଗିଯାଇଛି ବୋଲି ସ୍ୱୀକାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦଳ ସହ ଲୋକଙ୍କ ସଂପର୍କର ପୁନଃ ପ୍ରତିଷ୍ଠା ଏବଂ ଏହାକୁ ଆହୁରି ମଜବୁତ କରିବା ପାଇଁ ଦଳ ଅକ୍ଟୋବରରେ ଏକ ଯାତ୍ରା ଆରମ୍ଭ କରିବ ବୋଲି ଆଜି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ।ଉଦୟପୁରରେ ଦଳର ତିନି ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିରର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମକୁ ସ୍ୱୀକାର କରିବାକୁ ପଡିବ ଯେ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ଭାଙ୍ଗିଯାଇଛି।

ଆମର ଲଢେଇ ଆଦର୍ଶ ପାଇଁ। ଆମକୁ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ବସିବାକୁ ପଡିବ, ଲୋକଙ୍କ ସହିତ ଦଳର ସଂଯୋଗ ପୁନଃ ସ୍ଥାପିତ କରିବାକୁ ପଡିବ ବୋଲି ସେ କହିଛନ୍ତି।ଆମେ ନିଷ୍ପତ୍ତି ନେଇଛୁ ଯେ ଅକ୍ଟୋବରରେ କଂଗ୍ରେସ ଦଳ ଲୋକଙ୍କ ପାଖକୁ ଯିବ ଏବଂ ସମ୍ପର୍କକୁ ମଜବୁତ କରିବ। ଚିନ୍ତନ ଶିବିରରେ ଖୋଲାଖୋଲି ଆଲୋଚନାକୁ ପ୍ରଶଂସା କରି ଗାନ୍ଧୀ କହିଛନ୍ତି ଯେ ଅନ୍ୟ କେଉଁ ରାଜନୈତିକ ଦଳ ଏହି ପ୍ରକାରର ଆଲୋଚନାକୁ ଅନୁମତି ଦେଇପାରିବ ନାହିଁ। ଏଥିସହ ଗୋଟିଏ ପରିବାରର ଏକାଧିକ ସଦସ୍ୟ ନିର୍ବାଚନ ନ ଲଢିବାକୁ ସୁନିଶ୍ଚିତ କରିବା ପାଇଁ ସେ ‘ଗୋଟିଏ ପରିବାର, ଗୋଟିଏ ଟିକେଟ୍’ ନିୟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

Related Posts