
ନୂଆଦିଲ୍ଲୀ: ନିଉଜିଲାଣ୍ଡ୍ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ୍ ଙ୍କୁ କରୋନା | ପ୍ରଥମେ ତାଙ୍କ ଭାବି ସ୍ୱାମୀ କ୍ଲେର୍କ ଗେଫୋର୍ଡ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଏବେ ରବିବାରଠାରୁ ଆର୍ଡର୍ନ୍ ତାଙ୍କ ୱେଲିଙ୍ଗ୍ଟନ୍ ବାସଭବନରେ ଏକାନ୍ତବାସରେ ରହୁଛନ୍ତି | ମାତ୍ର ଏବେ ସେ ମଧ୍ୟ କରୋନା କବ୍ଜାରେ ଛନ୍ଦି ହୋଇଛନ୍ତି | ତାଙ୍କ ସହ ତାଙ୍କର ୩ ବର୍ଷର ଝିଅ ନିଭ୍ ମଧ୍ୟ ବୁଧବାର ଦିନ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ସେ ସୂଚନା ଦେଇଛନ୍ତି।
ସମ୍ପୂର୍ଣ୍ଣ ଟିକା ଡୋଜ୍ ନେଇଥିବା ଅର୍ଡର୍ନ୍ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ‘ପଜିଟିଭ୍ ଟେଷ୍ଟ୍ ରେଜଲ୍ଟ୍’ ପୋଷ୍ଟ୍ କରି କହିଛନ୍ତି, ସରକାରଙ୍କ ବାର୍ଷିକ ବଜେଟ୍ ଏବଂ ‘ଗ୍ରିନ୍ ହାଉସ୍ ଗ୍ୟାସ୍ ଏମିସନ୍’ ହ୍ରାସ ଯୋଜନା ରିଲିଜ୍ ସମେତ ଆସନ୍ତା ସପ୍ତାହରେ ହେବାକୁ ଥିବା ବହୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘୋଷଣା କାର୍ଯ୍ୟକ୍ରମରେ ଯୋଗ ଦେଇ ପାରୁ ନ ଥିବାରୁ ମୁଁ ଖୁବ୍ ଦୁଃଖିତ।
ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଦେଇଥିବା ପରିଚୟୋକ୍ତିରେ ଆର୍ଡର୍ନ୍ ଲେଖିଛନ୍ତି, ଏତେ ଜଗିରଖି ଚଳିଲି, କିନ୍ତୁ ଦୁର୍ଯୋଗକୁ ପରିବାରର ଅନ୍ୟମାନଙ୍କ ସହ ମିଶିବାକୁ ପଡ଼ିବାରୁ କୋଭିଡ୍-୧୯ ପଜିଟିଭ୍ ହେଲି। କ୍ଲେର୍କ ପ୍ରଥମେ ପଜିଟିଭ୍ ବାହାରିବା ପରେ ରବିବାରଠାରୁ ଆମେ ଏକାନ୍ତବାସ କରୁଛୁ। ନିଭ୍ ମଧ୍ୟ ବୁଧବାର ଦିନ ପଜିଟିଭ୍ ବାହାରିଛି। ଗତରାତି ପରୀକ୍ଷା ଫଳରେ ମୋ ଠାରେ ସାମାନ୍ୟ ସଂକ୍ରମଣ ଦେଖା ଦେଇଥିଲା, କିନ୍ତୁ ଆଜି ସକାଳ ପରୀକ୍ଷା ଫଳରେ ଭୀଷଣ ସଂକ୍ରମଣ ଦେଖାଦେଇଛି।