ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ୍‌ | ପରୀକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆଜିଠାରୁ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌। ଛାତ୍ରଛାତ୍ରୀମାନେ ପରୀକ୍ଷା ସମ୍ବୋଧିତ ୦୬୭୪-୨୩୦୩୮୦୩ (0674-2303803)ରେ ଯୋଗାଯୋଗ କରି ଯେ କୌଣସି ଅଭିଯୋଗ ଓ ସନ୍ଦେହ ଥିରେ ଦୂର କରିପାରିବେ।

ସୂଚନାଯୋଗ୍ୟ, ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି | ତେବେ କରୋନା ମହାମାରୀ ପାଇଁ ପିଲାଙ୍କ ପାଠପଢ଼ାରେ ଅସୁବିଧା ଉପୁଜୁଥିବା ବେଳେ, ଏବେ ପରୀକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଏହି ନିଷ୍ପତି ନିଆଯାଇଛି |

ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବେ। ଏଥିପାଇଁ ୧୧ ଶହ ୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ନୋଡାଲ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ନୋଡାଲ୍‌ ସେଣ୍ଟର ଓ ଦ୍ୱାଦଶର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ପରୀକ୍ଷା ପରିଚାଳନା ଚାଲେଞ୍ଜ ହେବାକୁ ଯାଉଛି। ସେପଟେ ଉପାନ୍ତ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ପ୍ରଶ୍ନପତ୍ର ସୁରକ୍ଷା ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଚିନ୍ତା ବଢାଇଛି କାଉନ୍‌ସିଲ୍‌ |

Related Posts