ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ସହ ୨୫ ହାଜର ଟଙ୍କା ଜରିମାନା ଆଦେଶ ଦେଲେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତଣ୍ଟି ଚିପି ପତ୍ନୀକୁ ହତ୍ୟା କରିଥିବା ସ୍ୱାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ। କାରା ଦଣ୍ଡାଦେଶ ପାଇଥିବା ସ୍ୱାମୀ ଜଣକ ହେଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ’ର ଜୟୀରାମ ମାଝୀ। ଆଜି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏହି ଦଣ୍ଡାଦେଶ ଦେଇଛନ୍ତି।

ଜୟୀରାମ ଧାମନଡଙ୍ଗା ସ୍ଥିତ ଘରେ ତା’ର ସ୍ତ୍ରୀ ଉର୍ମିଳା ମାଝୀଙ୍କ ଟଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟାକାଣ୍ଡରେ ଏକ ବିଦ୍ୟୁତ୍ ତାର ବ୍ୟବହାର କରିଥିଲା। ତେବେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଘର ଭିତରେ ନିଜ ପତ୍ନୀକୁ ଝୁଲାଇ ଦେଇଥିଲା। ଗତବର୍ଷ ଜୁନ୍ ୧୫ ତାରିଖରେ କଣ୍ଟାବାଞ୍ଜି ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ଉର୍ମିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ିଭୂତ ହୋଇଥିଲା। ସେପଟେ ଜୟୀରାମ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ପୁଲିସ ଜୟୀରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତେବେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲା ଚାଲିଥିଲା। ପୁଲିସର ଚାର୍ଜସିଟ, ତଥ୍ୟ, ପ୍ରମାଣ ଓ ସାକ୍ଷ୍ୟକୁ ଭିତ୍ତିକରି ଏଡିଜେ କୋର୍ଟ ଜୟୀରାମକୁ ଦୋଷ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଏବଂ ୨୫ ହାଜର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

Related Posts