ଜାରି ହେଲା ଚଳିତଥର ଆଇପିଏଲର ଖେଳସୂଚୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୧୫ ତମ ସଂସ୍କରଣ ଆଇପିଏଲ ପାଇଁ ଜାରି ହେଲା ଖେଳସୂଚୀ । ଆଇପିଏଲର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ସିଡ୍ୟୁଲ୍ ଜାରି ହୋଇଛି। ଆଇପିଏଲର ୧୫ଶ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଆଇପିଏଲ୍-୨୦୨୨ରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ସବୁ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ତିନୋଟି ଭେନ୍ୟୁ ଓ ପୁନେର ଗୋଟି ଭେନ୍ୟୁରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ୬୫ ଦିନ ଧରି ହେବ ଏବଂ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ହେବ। ପ୍ଲେ-ଅଫ୍ ମୁକାବିଲାର ସିଡ୍ୟୁଲ୍ ପରେ ଜାରି କରାଯିବ। ଫାଇନାଲ୍ ମ୍ୟାଚ୍ ମେ’ ୨୯ ତାରିଖରେ ଖେଳାଯିବ। ଏଥର ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି।

ଏଥର ଆଇପିଏଲରେ ୧୨ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ହେବ। ପ୍ରଥମ ଡବଲ୍ ହେଡର୍ ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହିଦିନ ଦ୍ୱିତୀୟ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ସନ୍ଧ୍ୟାରେ ଖେଳାଯିବ। ସେପଟେ ଦୁଇ ନୂଆ ଟିମ୍ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ମାର୍ଚ୍ଚ ୨୮ ତାରିଖରେ ପରସ୍ପରକୁ ଭେଟି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ। ସେହିପରି ସନରାଇଜର୍ସ ହାଇଦ୍ରାବାସ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାର୍ଚ୍ଚ ୨୯ ତାରିଖରେ ଭେଟିବ। ଆଇପିଏଲ୍-୨୦୨୨ର ଶେଷ ଲିଗ୍ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମେ’ ୨୨ ତାରିଖରେ ହେବ। ଏହି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

Related Posts