ଜାମ୍ମୁ କଶ୍ମୀରର ରାଜଧାନୀ ଲାଲ ଚୌକରେ ସୁରକ୍ଷା କର୍ମୀ ଓ ପୋଲିସଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ: ଜଣେ ମୃତ, 20 ଆହତ

ଜାମ୍ମୁ କଶ୍ମୀରର ରାଜଧାନୀ ଲାଲ ଚୌକରେ ଆତଙ୍କ ଖେଳାଇଲେ ଆତଂକବାଦୀ । ଆତଂକବାଦୀଙ୍କ ଆକ୍ରମଣ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି। ଲାଲ ଚୌକର ଅମିରା କଡାଲ ଅଞ୍ଚଳରେ ଆତଂକବାଦୀ ମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨୦ ଜଣ ଆହତ ହୋଇଥିବା ବେଳେ । ଜଣେ ସାଧାରଣ ଲୋକ ପ୍ରାଣ ହରାଇ ଥିବା ସୂଚନା ମିଳିଛି । ସେପଟେ ଆହତଙ୍କ ସ୍ୱସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି ।

ସୂଚନା ଅନୁସାରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ପୂରା ଇଲାକାକୁ ଘେରାବନ୍ଦୀ କରିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ଏହି ଆକ୍ରମଣ ଅମିରାକଦଲ ଅଞ୍ଚଳରେ ଘଟିଛି। ଏହି ସମୟରେ ସେଠାରେ ସିଆରପିଏଫ ଯବାନ ମୁତୟନ ଥିଲେ। ଆଇଜି ବିଜୟ କୁମାର ରବିବାର ଏହାର ସୂଚନା ଦେଇଛନ୍ତି।

Related Posts