କଟକ ଜିଲ୍ଲା କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଟକ ଜିଲ୍ଲା କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ । ଦୀପୁ ମଲ୍ଲିକ ଏବଂ ଓମ୍ ସ୍ବାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ କୋର୍ଟରେ ହାଜର କରିଛି ପୁଲିସ । ସେପଟେ ୨୦୧୩ମସିହା ନଭେମ୍ବର ମାସରେ ଦୀପୁ ଏବଂ ଓମଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା।ଏହି ହତ୍ୟା ଘଟଣାରେ ଧଳ ଭ୍ରାତା ମୁଖ୍ୟ ଅଭିଯୁକ୍ତ ଵୋଲି ପୋଲିସ ଦର୍ଶାଇଥିଲା।

ତେଣୁ ତଦନ୍ତକାରୀ ଅଧିକାରୀ ଇନିସପେକ୍ଟର ରଶ୍ମୀ ମହାପାତ୍ର ଏହି ମାମଲାରେ ସାକ୍ଷ୍ୟ ପ୍ରଦାନ ପାଇଁ ମଙ୍ଗଳବାର କୋର୍ଟ ହାଜର ହୋଇଛନ୍ତି। ତେଵେ ପ୍ରତିପକ୍ଷ ଓକିଲ ଏହି ମାମଲାର କେସ୍ ରେକର୍ଡ ଅଦାଲତରେ ଦାଖଲ ପାଇଁ ନିଵେଦନ କରିଥିଲେ। ତେଣୁ ଆଜି ଅଦାଲତ ଏହି ହତ୍ୟା ଘଟଣାର କେସ୍ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ମାମଲାର ପୁଣି ଶୁଣାଣି ହେଵା ସହ ସାକ୍ଷ୍ୟ ଗ୍ରହଣ ହେଵ। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts