ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ

ଗଜପତି : ରାଜ୍ୟର ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ଅନେକ ନଦୀର ଜଳସ୍ତର ଫୁଲିବାକୁ ଲାଗିଛି । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି । ଗଜପତି ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ ।

କାଶୀନଗର ନିକଟରେ ବଂଶଧାରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୫୪.୧୦ ମିଟର ଥିବାବେଳେ ବର୍ତ୍ତମାନ ନଦୀର ଜଳସ୍ତର ୫୪.୨୨ ମିଟରରେ ପ୍ରବାହିତ ହେଉଛି । ସେପଟେ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜର ୨୨ଟି ଗେଟ୍‌ରୁ ୨୧ଟି ଗେଟ୍ ଖୋଲାଯାଇଛି । ପ୍ରତି ମିନିଟ୍ରେ ୩୩,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

ସେପଟେ ଆଜି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍‌ । ଚଳିତ ବର୍ଷର ଛଡ଼ାଗଲା ପ୍ରଥମ ବନ୍ୟାଜଳ । ହୀରାକୁଦର ଗେଟ୍‌ ନମ୍ବର ୭ ଜରିଆରେ ଛଡାଯାଇଛି ବନ୍ୟାଜଳ । ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଗେଟ୍‌ ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ୬୧୩.୧୫ ଫୁଟ୍‌ ଜଳ ରହିଛି ।

Related Posts