ଶବକୁ ମିଳିଲାନି ସମ୍ମାନ, ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ଶ୍ମଶାନରେ ଜାଗା ଦେଲେନି ଗ୍ରାମବାସୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶବକୁ ମିଳିଲାନି ସମ୍ମାନ। ଅନ୍ତିମ ସଂସ୍କାର ପାଇଁ ଗାଁ ଶ୍ମଶାନରେ ଜାଗା ଦେଲେନି ଗ୍ରାମବାସୀ । ଶ୍ମଶାନରେ ଜାଗା ମିଳୁନଥିବାରୁ ଶେଷକୃତ୍ୟ ହୋଇନାପାରି ଘରେ ପଡି ରହିଛି ମୃତଦେହ । ଏହି ଅଭାବନୀୟ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ଗୁଳିବଡନା ଗାଁରେ ଉତେଜନା ସୃଷ୍ଟି ହୋଇଛି । ଶୁକ୍ରବାର ଝରିଗାଁ ବ୍ଲକ ଗୁଳିବଡନା ଗାଁର ଜିତୁ ଭତ୍ରାଙ୍କ ଦେହାନ୍ତ ହୋଇଥିଲା ।

ତେବେ ମୃତ ବୃଦ୍ଧ ଜଣକ ନିଜ ମୂଳ ଧର୍ମ ପରିବର୍ତନ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ହିନ୍ଦୁ ସଂପ୍ରଦାୟ ଶ୍ମଶାନରେ ଜାଗା ଦେବାକୁ ମନା କରୁଛନ୍ତି । ଫଳରେ ଶବ ସତ୍କାର ହୋଇପାରି ନାହିଁ । ମୃତକଙ୍କ ଘରେ ଶବ ପଡି ରହିଥିବା ବେଳେ ଏହେକୁ ନେଇ ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଥିବା ସୂଚନା ମିଳିଛି ।

ଏନେଇ ଖବର ପାଇ ଗତ ରାତିରେ ଝରିଗାଁ ତହସିଲଦାର ଓ ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀ ରାଜି ହୋଇନାହାନ୍ତି । ଗାଁ ଲୋକଙ୍କର କହିବା କଥା ହେଉଛି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ହିନ୍ଦୁ ଦେବାଦେବୀଙ୍କୁ ଗାଳି ଦେଉଛନ୍ତି । ତେଣୁ କୌଣସି ମତେ ସେହି ପରିବାରକୁ ମଶାଣିରେ ଜାଗା ଦିଆଯିବନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ଅନ୍ୟପଟେ ପ୍ରଶାସନ ଯେଉଁଠି ଜାଗା ଦେବ ସେଠାରେ ଅନ୍ତିମ ସଂସ୍କାର କରିବୁ ବୋଲି ମୃତକଙ୍କ ପୁଅ କହିଛନ୍ତି ।

Related Posts