କଟକ : ବନ୍ଧୁକ ବିକ୍ରି ପାଇଁ ଚାଲିଥିଲା ଖବର ପାଇ ମାଡି ବସିଲା ଲାଲବାଗ ଥାନା ପୋଲିସ । ବନ୍ଧୁକ ବେପାରୀଙ୍କୁ ଧରିଛି ପୋଲିସ । ତିନି ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କ ନିକଟରୁ ତିନୋଟି ବନ୍ଧୁକ ଏବଂ ୧୫ ରାଉଣ୍ଡ ଗୁଳି ଜବତ ହୋଇଛି । ଏହାସହ ତିନୋଟି ବାଇକ୍ ମଧ୍ୟ ସିଜ୍‌ କରିଛି ଲାଲବାଗ ଥାନା ପୋଲିସ ।

ଖବର ଅନୁଯାୟୀ, ରବିବାର ଦିନ କଟକ ଅଞ୍ଚଳରେ ବନ୍ଧୁକ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା । ଏନେଇ ଗୁଇନ୍ଦା ସୂଚନା ପାଇଥିଲା କଟକ ଲାଲବାଗ ଥାନା ପୋଲିସ । ମିଳିଥିବା ସୂଚନା ଆଧାରରେ ଚଢାଉ କରିଥିଲା ପୋଲିସ । ଆଉ ଏହି ଚଢାଉରେ ତିନିଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରୁ ତିନୋଟି ବନ୍ଧୁକ ମଧ୍ୟ ଜବତ କରିଛି । ସେହିପରି ୧୫ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ତିନୋଟି ବାଇକ୍ ଜବତ ହୋଇଛି । ତେବେ ଏହି ରାକେଟ୍‌ରେ ଏତିକି ଲୋକ ଅଛନ୍ତି ନା ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ । ଯଦି ଏଥିରେ ଆଉ କିଏ ସାମିଲ ଥିବା , ତେବେ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି