ଭୟଙ୍କର ସଡ଼କ ଦୁର୍ଘଟଣାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ ଅମ୍ପାୟାର ରୁଡି କର୍ଟଜନଙ୍କର ପରଲୋକ

ନୂଆଦିଲ୍ଲୀ: ଆଖି ବୁଜିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ ଅମ୍ପାୟାର ରୁଡି କର୍ଟଜନ । ଏକ ଭୟଂକର ସଡ଼କ ଦୁର୍ଘଟଣାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳେକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

ରିପୋର୍ଟ ଅନୁସାରେ ରିଭରଡାଲେ ଠାରୁ ଘଟିଥିବା ଦୁର୍ଘଟଣାରେ କର୍ଟଜନଙ୍କ ସମେତ ଅନ୍ୟ ୩ ଜଣଙ୍କର ବି ମୃତ୍ୟୁ ହୋଇଛି। ରୁଡିଙ୍କର ବିୟୋଗ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ ତାଙ୍କର କିଛି ବନ୍ଧୁମାନଙ୍କ ସହ ସେ ଗଲ୍ଫ ଟୁର୍ଣ୍ଣାମେଣ୍ଟ ପାଇଁ ଯାଇଥିଲେ। ସୋମବାର ସୁଧା ସେମାନେ ଫେରିଆସିବେ ବୋଲି କୁହାଯାଉଥିଲା। କିନ୍ତୁ ପରେ ସେମାନେ ତାଙ୍କ ନିଷ୍ପତ୍ତି ବଦଳାଇ ଆଉ ଏକ ରାଉଣ୍ଡ ଗଲ୍ଫ ଖେଳିବେ ବୋଲି ନିଷ୍ପତ୍ତି ନେଇଥିଲେ।” ଅଲ୍‌ଗୋଆ ଏଫ୍‌ଏମ୍ ନ୍ୟୁଜ୍‌କୁ ସୂଚନା ଦେଇଛନ୍ତି ଜୁନିୟର କର୍ଟଜେନ।

୧୯୮୧ ମସିହାରେ କର୍ଟଡଜନ ତାଙ୍କର କ୍ୟରିୟର ଆରମ୍ଭ କରିଥିଲେ। ଏହାପରେ ୧୯୯୨ରେ ଭାରତର ଦକ୍ଷିଣ ଆଫ୍ରିକା ଟୁର୍‌ରେ ସେ ତିନୋଟି ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ୪୩ ବର୍ଷ ବୟସରେ ସେ ପୋର୍ଟ ଏଲିଜାବେଥରେ ଓପନିଂ ଟେଷ୍ଟରେ ଅମ୍ପାୟାରିଂ କରିଥିଲେ। ଏହାପରେ ୧୯୯୨ରେ icc ତାଙ୍କୁ ପୂର୍ଣ୍ଣାକାଳୀନ ଅମ୍ପାୟାର ଭାବେ ନିଯୁକ୍ତି ଦେଇଥିଲା। ସେବେଠାରୁ କର୍ଟଜନ ୧୦୦ଟି ଟେଷ୍ଟ ଓ ୨୦୦ଟି ଦିନିକିଆରେ ଅମ୍ପାୟାରିଂ କରିଛନ୍ତି। ଏହା ବାଦ୍ ୨୦୦୩ ଓ ୨୦୦୭ ବିଶ୍ୱକପ୍‌ରେ ସେ ତାର୍ଡ ଅମ୍ପାୟାର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୧୦ ପାକିସ୍ତାନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏକ ଟେଷ୍ଟ ମ୍ୟାଚ୍ ପରେ କର୍ଟଜନ ଅମ୍ପାୟାରିଂରୁ ସନ୍ନ୍ୟାସ ଘୋଷଣା କରିଥିଲେ ।

Related Posts