
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ନିକଟରେ ଏକ ଦାବି ରଖିଥିଲେ। ତେବେ ତାଙ୍କର ଏହି ଦାବି କୁ ମାନିନେଇଛନ୍ତି ପରିବହନ ମନ୍ତ୍ରୀ ନିତିନ ଗଡକରୀ । ଜୋଧପୁରରେ ଏକ ଏଲିବେଟେଡ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସେ ସ୍ୱୀକାର କରିଛନ୍ତି।
ସିଏମ ଗେହଲଟ କହିଛନ୍ତି, ଏହି ରାସ୍ତାକୁ ଏନଏଚଏଆଇକୁ ହସ୍ତାନ୍ତର କରାଯାଇଛି। ଏହାପରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଯୋଧପୁରରେ ନିର୍ମାଣ ହେବାକୁ ଥିବା ଏଲିଭେଟେଡ ରାସ୍ତାକୁ ନେଇ କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କ ସହ ଆଲୋଚନା ହୋଇଛି। ମୁଁ ଅତ୍ୟନ୍ତ ଖୁସି ଯେ, ମୋର ଆଗ୍ରହକୁ ସ୍ୱୀକର କରି ଏହି ଏଲିଭେଟେଡ ରାସ୍ତା ନିର୍ମାଣ କାମ NHAI ନିଜ ହାତକୁ ନେଇଛି’।
ଇଆରସିପିକୁ ନେଇ ଶିବରାଜ ସିଂଙ୍କ ସହ କଥା ହେଲେ ଗେହଲଟ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବ ରାଜସ୍ଥାନ କେନାଳ ପରିଯୋଜନାକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହୋଇଛନ୍ତି। ରାଜସ୍ଥାନ ସରକାରଙ୍କ ଅନୁସାରେ, ଶିବରାଜ ସିଂ ସରକାର ମୁଖ୍ୟମନ୍ତ୍ରୀ ସ୍ତରରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି ।