ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କୁ ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା

ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା । ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୁରକ୍ଷା ଯୋଗାଯାଇଛି ।

ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପସନ୍ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛି । ଓ୍ୱାଇ କ୍ୟାଟେଗୋରୀ ସୁରକ୍ଷାରେ ୮ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି । ଏଥିରେ ଯେଉଁ ଭିଆଇପିଙ୍କୁ ସୁରକ୍ଷା ଦିଆଯାଇଥାଏ, ତାଙ୍କ ଘରେ ମଧ୍ୟ ୫ ଜଣ ସଶସ୍ତ୍ର ଯବାନ ମୁତୟନ ହୋଇଥାନ୍ତି । ଏହାସହ ତିନୋଟି ସିଫ୍ଟରେ ତିନିଜଣ ପିଏସଓ ସୁରକ୍ଷା ପ୍ରଦାନ କରିଥାନ୍ତି ।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ’ ରିଲିଜ ପରେ ଦର୍ଶକ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି । ଏଥିରେ କାଶ୍ମୀର ପଣ୍ଡିତଙ୍କୁ ପ୍ରତାରଣା, ହତ୍ୟା ଆଦି ଘଟଣା ଦର୍ଶାଯାଇଛି । କିପରି କାଶ୍ମୀର ପଣ୍ଡିତମାନେ ଭୟରେ ଦେଶର ଅନ୍ୟ ସ୍ଥାନରେ ରହୁଛନ୍ତି ତାହା ମଧ୍ୟ ଏଥିରେ ଦେଖିବାକୁ ମିଳିଛି ।

Related Posts