କଟକରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ECMO ମେସିନ ସୁବିଧା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଖୁବଶୀଘ୍ର କଟକରେ ଆରମ୍ଭ ହେବାକୁ ଯାଉଛି ECMO ମେସିନ ସୁବିଧା । ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସାରା ଦେଶରେ ମୋଟ ୨୧ ଟି ପଞ୍ଜିକୃତ ECMO ୟୁନିଟ ରହିଛି । କିନ୍ତୁ ବର୍ତ୍ତମାନ କୋଭିଡ ଯୋଗୁଁ ଏହି ମେସିନର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟକୁ ମୋଟ ୬ ଟି ECMO ୟୁନିଟ ଅଣାଯିବ ବୋଲି ସିବିକେ ମହାନ୍ତି କହିଛନ୍ତି । ତେବେ ଏହାକୁ କଟକର ଏସସିବିରେ ହସ୍ପିଟାଲରେ ରଖାଯିବ ବୋଲି ସୂଚନା ମିଳିଛି । ଅପରିପକ୍ଷେ ରାଜ୍ୟରେ ବର୍ତ୍ତମାନ ECMO ୟୁନିଟ ଚଳାଇବା ପାଇଁ ମାନବ ସମ୍ବଳର ଅଭାବ ରହିଛି । ତେଣୁ ଏହାକୁ ଧୀରେ ଧୀରେ ଆମ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଗୁଡିକରେ ଏହି ୟୁନିଟ ସ୍ଥାପନ କରାଯିବ ବୋଲି ସିବିକେ ମହାନ୍ତି କହିଛନ୍ତି । କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ମହାମାରୀ କ ରାେନା ସହ ଲଢ଼ିବା ପାଇଁ ଆମ ପାଖରେ ନିର୍ଦ୍ଦିଷ୍ଟ ଔଷଧ ନାହିଁ। ଏହା ସହ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୭ଟି ଔଷଧକୁ ପରୀକ୍ଷାମୂଳକ ଭାବେ ଜରୁରୀକାଳୀନ ବ୍ୟବହାର କରାଯାଉଛି। ଅନ୍ୟପଟେ ଏକ କମିଟି ଏହି ସବୁ ଔଷଧର ବ୍ୟବହାର ଓ ଫଳାଫଳ ଉପରେ ନିରନ୍ତର ତର୍ଜମା କରୁଛନ୍ତି । ତେଣୁ ଏହି ଟାସ୍କଫୋର୍ସ ଯାହା ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ମଧ୍ୟ ଔଷଧ ବ୍ୟବହାର କରିବୁ ବୋଲି ସିବିକେ ମହାନ୍ତି କହିଛନ୍ତି ।

Related Posts